www.samajalive.in
Sunday, December 14, 2025
17.1 C
Bhubaneswar

ପ୍ରବଳ ବର୍ଷା ସତ୍ବେ ସଫଳତାର ସହିତ ସମ୍ପନ୍ନ ହେଲା ତିରଙ୍ଗା ଯାତ୍ରା

ସମ୍ବଲପୁର:  ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଚାଲିଛି ‘ଆଜାଦି କା ଆମୃତ ମହୋତ୍ସବ’ କାର୍ଯ୍ୟକ୍ରମ । ବର୍ଷ ତମାମ ଅନେକ ସରକାରୀ ବେସରକାରୀ କାର୍ଯ୍ୟକ୍ରମ ଓ ଯୋଜନାମାନ ହାତକୁ ନିଆଯାଇଛି । କିନ୍ତୁ, ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜିଙ୍କ ଆହ୍ବାନ କ୍ରମେ ଅଗଷ୍ଟ ୧୩ ରୁ ଅଗଷ୍ଟ ୧୫ ହର ଘର ତ୍ରିରଙ୍ଗା ଓ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମର ସମଗ୍ର ଦେଶରେ ବିଶେଷ ଆକର୍ଷଣ ରହିଛି । ପୁରରୁ ପଲ୍ଲୀ ଯାଏଁ ଓ ପଲ୍ଲୀରୁ ଦିଲ୍ଲୀ ଯାଏଁ ସମଗ୍ର ଦେଶରେ ଚାଲିଛି ତ୍ରିରଙ୍ଗା ଯାତ୍ରା ଓ ତ୍ରିରଙ୍ଗା ବଣ୍ଟନ କାର୍ଯ୍ୟକ୍ରମ ।

ସମ୍ବଲପୁର ସହରରେ ବିଶାଳ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ପନ୍ନ ହୋଇ ଯାଇଛି । ‘ଆମୃତ ମହୋତ୍ସବ ତ୍ରିରଙ୍ଗା ଯାତ୍ରା କମିଟି’ ତରଫରୁ ଆୟୋଜିତ ଆଜିର ଏହି ଐତିହାସିକ ପଦଯାତ୍ରାରେ ସହରର ଅନେକ ଶିକ୍ଷାନୁଷ୍ଠାନର ଛତ୍ରଛାତ୍ରୀ ସହିତ ବହୁ ସାମାଜିକ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ ଅନୁଷ୍ଠାନର ସଦସ୍ୟ ସଦସ୍ୟା, ଆଇନଜୀବୀ, ବ୍ୟବସାୟୀ, ବିଶିଷ୍ଟ ବ୍ୟକ୍ତି ବଶେଷ ମାନେ ସକ୍ରିୟ ଯୋଗଦାନ କରିଥିଲେ ।

- Advertisement -

ପାଣିପାଗ ବିଭାଗର ପୂର୍ବ ସୂଚନା ମୁତାବକ ଗତକାଲି ରାତିରୁ ବର୍ଷା ଲାଗିରହିଛି । ସକାଳୁ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସତ୍ବେ ଠିକ ସମୟରେ ସ୍ଥାନୀୟ ଜେଲ୍ ଛକ ଠାରେ ପହଞ୍ଚି ଯାଇଥିଲେ ଲୋକେ ।

ଜେଲ୍ ଛକ ଠାରେ ସ୍ଥାପିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଆରମ୍ଭ ହୋଇଥିଲା ଏହି ଐତିହାସିକ ପଦଯାତ୍ରା । ୫୦୦ ମିଟର ଲମ୍ବ ତ୍ରିରଙ୍ଗାକୁ ଧରି ପଦଯାତ୍ରା ଆରମ୍ଭ କରିଥିଲେ ଉପସ୍ଥିତ ରାଷ୍ଟ୍ରଭକ୍ତଗଣ । ଭୂତାପଡ଼ା ଛକ, ଜିଲ୍ଲା ସ୍କୁଲ ଛକ, ଲକ୍ଷ୍ମୀ ଟକିଜ୍ ଛକ, ଧୁଚୁରାପଡ଼ା ଛକ, ଜି.ଏମ କଲେଜ ରାସ୍ତା, ବୁଢ଼ାରଜା ଦେଇ ଶୋଭାଯାତ୍ରା ପହଞ୍ଚିଥିଲା ଅଇଁଠାପାଲି ଛକରେ । ଅଇଁଠାପାଲି ଛକରେ ସ୍ଥାପିତ ବୀର ବିର୍ଷା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଶେଷ ହୋଇଥିଲା ଶୋଭାଯାତ୍ରା ।

ଆଜିର ଏହି ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରୀ ନାୟକ, ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗିରିଶ ପଟେଲଙ୍କ ସମେତ ସିମାଞ୍ଚଲ ଖଟେଇ, ପ୍ରଦୀପ ସୂପକାର, ଅନିଲ ବେହେରା, ସମୀର ରଞ୍ଜନ ବବୁ, ଫଣି ଭୂଷଣ ମିଶ୍ର, ପ୍ରଭୁଦତ୍ତ ପଣ୍ଡା, ରାମ ଚନ୍ଦ୍ର ମେହେର, ଦାମୋଦର କର, ସତ୍ୟନାରାୟଣ ପଣ୍ଡା, ବିଷ୍ଣୁ ରକ୍ଷିତ, ମାନସ ରଞ୍ଜନ ବକ୍ସି, ବିପିନ ଭାଟିଆ, ଅଶ୍ଵିନୀ ମାଝି, ସୁଧୀର ବହିଦାର, ଜୟନ୍ତ ଦାସ, ଟୁକୁ ମହାନ୍ତି, ସପନ ମିଶ୍ର, ସଦାନନ୍ଦ ପଣ୍ଡା, ପ୍ରଦୀପ ବେହେରା, ନୀଳାମ୍ବର ସିକନ୍ଦର, ଶ୍ରୀକାନ୍ତ ପାଣିଗ୍ରାହୀ, ଅର୍ଜୁନ ପଟ୍ଟନାୟକ, ସରୋଜ କୁମାର ଘଡ଼ାଇ, ଗିରିଜା ସାହୁ, ଡା.ପ୍ରଭାସ ଦେବତା, ମୋହନ ପଣ୍ଡା, ଶିବ ଦିୱାନ, କାହ୍ନୁରାମ ଶର୍ମା, ଆଶିଷ ବାବୁ, ରାଜା ବରାଡ,  ରୁପେଶ କୁଅଁର, ଦୟାନିଧି ପ୍ରଧାନ, ପ୍ରଣବ ଶତୃଶଲ୍ୟ, ବିକାଶ ପଣ୍ଡା, ଆଶିଷ ପାଢ଼ୀ, ନନ୍ଦ କିଶୋର ମିଶ୍ର, ରଞ୍ଜିତ ରଥ, ପରାଗ ଅଗ୍ରୱାଲ, ଗଣେଷ ପାଲିୱାଲ, ଅନ୍ନପୂର୍ଣ୍ଣା ବାରିକ, ସବିତା ନନ୍ଦ, ପ୍ରଭାସିନୀ ଦାଶ, ରୁନୁ ପ୍ରଧାନ, ଆରତୀ ବରାଡ, ଭାବନି ଦୁଶର, ଅର୍ଚ୍ଚନା ସାହାଣୀ, କାନ୍ତି ମେହେର, ମୁନମୁନ ସୌଦାଗର, ଅନୁଶୟା ସାମଲ, ସୁଜାତା ଗୁରୁ, କାଞ୍ଚନ ଲୁହା, ସଲିଲା ପଣ୍ଡା, ଲକ୍ଷ୍ମୀ ସାହୁ, ଅରୁନ୍ଧତୀ ପାତ୍ର, ରଶ୍ମିତା ହୋତା ପ୍ରମୁଖ ସାମିଲ ଥିଲେ ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories