www.samajalive.in
Sunday, December 14, 2025
14.1 C
Bhubaneswar

ଗଞ୍ଜାମ ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଗଞ୍ଜାମ: ଗଞ୍ଜାମ ବ୍ଲକ ଅବସର ପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅମୃତ ମହୋତ୍ସବ ପାଳନ ଅବସରରେ  ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ  ସମ୍ବର୍ଦ୍ଧନା ଏବଂ  ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ରମ୍ଭା ଗାୟତ୍ରୀ ଶକ୍ତିପୀଠ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶକ୍ତିପୀଠର ପ୍ରାକ୍ତନ ଟ୍ରଷ୍ଟି ତଥା ଅବସର ପ୍ରାପ୍ତ ଶିକ୍ଷକ ଗୋକୁଳ ଚନ୍ଦ୍ର ନାହକଙ୍କ ବେଦମନ୍ତ୍ରପାଠ କରିଥିଲେ । ପରେ ସଂଘର ସଭାପତି ବାନମ୍ବର ପାଲେଇଙ୍କ ପୌରହିତ୍ୟରେ ଏହି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଉପେନ୍ଦ୍ର ତ୍ରିପାଠୀ ମୁଖ୍ୟ ଅତିଥି, କୁକୁଡ଼ାଖଣ୍ଡି ତହସିଲଦାର କଲ୍ୟାଣୀ ସଂଘମିତ୍ରା, ମୋହନା ଅତିରିକ୍ତ ତହସିଲଦାର ହିମାଂଶୁ ପଲେଇ, ଗଞ୍ଜାମ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ, ଗଞ୍ଜାମ ବ୍ଲକ ଶିକ୍ଷାଧିକାରୀ ଭାଗିରଥି ବେହେରା ସମ୍ମାନିତ ଅତିଥି ଏବଂ ମୁଖ୍ୟ ବକ୍ତାଭାବେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତି ଯୋଗଦେଇଥିଲେ ।

ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ  ଛାତ୍ରଛାତ୍ରୀ ମାନଙ୍କୁ ସମୟାନୁବର୍ତ୍ତିତା, କଠିନ ପରିଶ୍ରମ ଦ୍ୱାରା କିପରି ଭବିଷ୍ୟତରେ ଭଲ ମଣିଷ ହୋଇ  ଓ ଦେଶରଜାତିର ଟେକ ରଖିପାରିବ ସେ ସମ୍ବନ୍ଧରେ ମତ ରଖିଥିଲେ । ଅବସର ପ୍ରାପ୍ତ କର୍ମଚାରୀମାନେ ସେମାନଙ୍କର ବଳକା ସମୟରେ  ଯୋଗ, ବ୍ୟାୟାମ, ପଠନ ଏବଂ ସାମାଜିକ କାର୍ଯ୍ୟକ୍ରମ  ସହିତ ଯୋଡ଼ିହୋଇ ରହିଲେ ନିଜେ ସୁସ୍ଥ ରହିବା ସହିତ ସମାଜର କିଛି କଲ୍ୟାଣକାରି କାର୍ଯ୍ୟ କରି ନିଜକୁ ଖୁସି ରହିବାପାଇଁ ପରାମର୍ଶ ଦେଇଥିଲେ । ସଂଘର ସମ୍ପାଦକ ବାଳକୃଷ୍ଣ ମହାରଣା ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ  ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ବାଳ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସ୍ବାଧୀନତାର ୭୫ ବର୍ଷକୁ ଅଜାଦି କା ଅମୃତ ମହୋତ୍ସବ ଅବସରରେ ଗାୟତ୍ରୀ ଶକ୍ତିପୀଠ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିମାନଙ୍କ ସହ ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ନରସିଂହ ବେହେରା, ଗାୟତ୍ରୀ ପରିବାର ବିଶ୍ବ ମଙ୍ଗଳ ଗୋ କଲ୍ୟାଣ ସମିତିର ମୁଖ୍ୟ ସଂଯୋଜକ ପ୍ରକୃତି ବନ୍ଧୁ ପଞ୍ଚାନନ ଖଟୁଆ ଯୋଗଦେଇ  ବୃକ୍ଷ ରୋପଣ କରିଥିଲେ ।

- Advertisement -

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ତ୍ରିପାଠୀ ଗଞ୍ଜାମ ବ୍ଲକର ୨୨ଟି ହାଇସ୍କୁଲର ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଛ ଓ ମାନପତ୍ରଦେଇ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଅଶି ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଭିକାରି ଚରଣ ଗୌଡ଼ ଏବଂ ଉମା ଚରଣ ବିଶ୍ବାଳଙ୍କୁ ମୁଖ୍ୟ ଅତିଥି ଭାବେ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଘର କୋଷାଧ୍ୟକ୍ଷ ଭଗବାନ ଦାସ, ଉମେଶ ଚନ୍ଦ୍ର ମହାନ୍ତି, ରାମଚନ୍ଦ୍ର ବାଡ଼ତ୍ୟା, ପ୍ରସନ୍ନ କୁମାର ମିଶ୍ର, ରମେଶ ଚନ୍ଦ୍ର ପଟ୍ଟନାୟକ ଶେଷଦେବ ବେହେରା, ପ୍ରକାଶ ଚନ୍ଦ୍ର ହୋତା, ବ୍ରଜକିଶୋର ସାହୁ, ଚରଣ ଜେନା, ଆନନ୍ଦ ସାହୁ ପରିଚାଳନା କରିଥିଲେ । ଶେଷରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନାରାୟଣ ନାହାକ ଧନ୍ୟବାଦ ଦେଇଥିଲେ ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories