www.samajalive.in
Monday, December 15, 2025
16.1 C
Bhubaneswar

ରେଳ ମଣ୍ଡଳରେ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ

ସମ୍ବଲପୁର: ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳରେ ଚଳିତ ମାସ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ବିଦ୍ୟୁତ ନିରାପତ୍ତା ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ରେଳ କର୍ମଚାରୀ, ଅଧିକାରୀ, ସାଧାରଣ ଜନତା ଓ ଯାତ୍ରୀ ମାନଙ୍କୁ କାର୍ଯ୍ୟାଳୟ, ରେଳବାଇ ପରିସର, ବାସଭବନ ଓ ସାର୍ବଜନୀନ ସ୍ଥାନ ଆଦିରେ ବିଦ୍ୟୁତର ନିରାପଦ ବ୍ୟବହାର ଉପରେ ସଚେତନ କରାଯାଇଛି। ଏହି ସପ୍ତାହ ପାଳନ ଅବସରରେ ମଣ୍ଡଳ ଅଧିନସ୍ଥ ସମସ୍ତ ରେଳ ଷ୍ଟେସନ, ରେଳବାଇ କଲୋନୀ ଏବଂ ବିଭିନ୍ନ କାର୍ଯ୍ୟାଳୟ ଗୁଡିକରେ ବିଦ୍ୟୁତ ନିରାପତ୍ତା ସ୍ଲୋଗାନ, ବ୍ୟାନର, ଷ୍ଟିକର ଏବଂ ପୋଷ୍ଟର ଆଦି ପ୍ରଦର୍ଶିତ କରାଯାଇଥିଲା। ମଣ୍ଡଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବିଦ୍ୟୁତ ନିରାପତ୍ତା ଉପରେ ଏକ ସେମିନାର ଶୁକ୍ରବାର ଆୟୋଜିତ ହୋଇଥିଲା। ମଣ୍ଡଳ ରେଳ ପ୍ରବନ୍ଧକ ପ୍ରଦୀପ କୁମାର ସେମିନାରର ଅଧ୍ୟକ୍ଷତା କରି ବିଦ୍ୟୁତ ନିରାପତ୍ତା ଉପରେ ଗୁରୁତ୍ୱାରୋପ କରିବା ସହିତ କାର୍ଯ୍ୟକ୍ଷେତ୍ରରେ ନିରାପତ୍ତା ଉପକରଣର ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ। ଅତିରିକ୍ତ ମଣ୍ଡଳ ପ୍ରବନ୍ଧକ ଆନନ୍ଦ ସିଂ ନିରାପତ୍ତା ସମ୍ବନ୍ଧୀୟ ନିୟମାବଳୀ ଉପରେ ଆଲୋକପାତ କରିଥିଲେ। ବରିଷ୍ଠ ମଣ୍ଡଳ ବିଦ୍ୟୁତ ଯନ୍ତ୍ରୀ (ସାଧାରଣ) ଜନାର୍ଦ୍ଦନ ମହନ୍ତ ବିଦ୍ୟୁତ ନିରାପତ୍ତା ସର୍ମ୍ପକିତ ଉପାୟ ଉପରେ ଏକ ପାୱାର ପଏଣ୍ଟ ଉପସ୍ଥାପନ କରିଥିଲେ। ଏହି ସେମିନାରରେ ମଣ୍ଡଳର ଅଧିକାରୀ ଓ କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories