www.samajalive.in
Tuesday, December 9, 2025
23.1 C
Bhubaneswar

ରାଜେନ୍ଦ୍ର ନାରାୟଣ ସିଂଦେଓ ଜୟନ୍ତୀ ପାଳିତ

ସମ୍ବଲପୁର: ଓଡିଶା ମନ୍ତ୍ରୀମଣ୍ଡଳରେ ପଶ୍ଚିମ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂଦେଓ ଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ବିଶେଷ କରି ପ୍ରଶାସନିକ ସ୍ତରରେ ଦୃଢ଼ ପଦକ୍ଷେପ ନେଇ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ସେ ସର୍ବଦା ଚେଷ୍ଟିତ ହୋଇ ସକ୍ଷମ ହୋଇଥିଲେ। ରାଜ ଭାବରେ ବଲାଙ୍ଗୀର ଅଞ୍ଚଳର ଶିକ୍ଷା, କୃଷି, ସ୍ୱାସ୍ଥ୍ୟ ଓ ସଂସ୍କୃତିର ଉନ୍ନତି ନିମନ୍ତେ ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରି ଓ ଜନତାଙ୍କୁ ଉଚିତ ନ୍ୟାୟ ଦେଇ ସମସ୍ତଙ୍କର ପ୍ରିୟଭାଜନ ସ୍ୱର୍ଗତ ସିଂହଦେଓ ହୋଇ ପାରିଥିଲେ। ଏହାର ପ୍ରଭାବ ଆଜି ମଧ୍ୟ ବଲାଙ୍ଗୀର ଜନତାଙ୍କ ମଧ୍ୟରେ ପରିଲକ୍ଷିତ ହୋଇଥାଏ ବୋଲି ତାଙ୍କର ଜୟନ୍ତୀରେ ବକ୍ତା ମାନେ ନିଜସ୍ୱ ମନ୍ତବ୍ୟ ରଖିଥିଲେ।

ସ୍ଥାନୀୟ ଓଡିଶା ସାଂସ୍କୃତି ସମାଜ ଠାରେ ଗୁରୁବାର ସନ୍ଧ୍ୟାରେ ଆୟୋଜିତ ରାଜେନ୍ଦ୍ର ନାରାୟଣ ସିଂଦେଓ ଜୟନ୍ତୀ ସମାରୋହରେ ଶଶିଭୂଷଣ ତ୍ରିପାଠୀ, ଡ. ସିଦ୍ଧାର୍ଥ ପଣ୍ଡା, ବୋଧରାମ ଦାଶ, ଡ. ହରିଶଙ୍କର ପଣ୍ଡା, ସୁର୍ଯ୍ୟ ପାଣିଗ୍ରାହୀ ଆଲୋଚନାରେ ଭାଗ ନେଇଥିଲେ। ସଭାପତି ପ୍ରଫୁଲ୍ଲ ହୋତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡ. ଗୌରୀଦାଶ ପଧାନ, ପ୍ରଶାନ୍ତ କୁମାର ପାଟ୍ଟ ଯୋଶୀ, ଯଦୁମଣି ବେହେରା, ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ପ୍ରଶାନ୍ତ ମିଶ୍ର, ଅଶୋକ ମିଶ୍ର, ଲୋକନାଥ ପାଣ୍ଡେ ପ୍ରମୁଖ ଉପସ୍ଥିତ ରହିଥିଲେ। ଅନୁଷ୍ଠାନର ସମ୍ପାଦକ ସରୋଜ ଦାଶ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories