ଆୟରୁ ଅଧିକ ସମ୍ପତ୍ତି ମାମଲାରେ ଧରାପଡ଼ିଲେ ଟାଟା ପାୱାରର ଜିଏମ

ସମ୍ବଲପୁର: ବିଜୁଳୁ ଗ୍ରାହକଙ୍କ ଘର ଗୁଡିକରେ ବିଜୁଳିର ବ୍ୟବହାର ଓ ଗଡ଼ବଡିର ଯାଞ୍ଚ କରୁଥିବା ବିଦ୍ୟୁତ ବିଭାଗର ଭିଜିଲାନ୍ସ ଦଳ ଦ୍ୱାରା ଯାଞ୍ଚ କରାଉଥିବା ଟାଟା ପାୱାରର ଜଣେ ଜେନାରାଲ ମ୍ୟାନେଜ ସନ୍ତୋଷ କୁମାର ଦର୍ଜୀ ଏଥର ନିଜେ ରାଜ୍ୟ ଭିଜିଲାନ୍ସ ବିଭାଗର ଜାଲରେ ଫସିଛନ୍ତି। ଶୁକ୍ରବାର ସକାଳ ସମୟରେ ଅଚାନକ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ସମ୍ବଲପୁର ଙ୍କ ଆଦେଶ ବଳରେ ସ୍ୱତନ୍ତ୍ର ଦଳ ଗୁଡିକ ସମ୍ବଲପୁର ସ୍ଥିୁତ ପ୍ରଧାନପଡ଼ା ବାସଭବନ, ବୁର୍ଲା ସ୍ଥିତ କମ୍ପାନୀ କାର୍ଯ୍ୟାଳୟ ଓ ବରଗଡ଼ ଜିଲାର ଅତାବିତା ଠାରେ ଥିବା ପୈତୃକ ଗ୍ରାମ ସମେତ ସମୁଦାୟ ୩ଟି ସ୍ଥାନରେ ଚଢ଼ଉ କରିଥିଲେ।

ଚଢ଼ଉ ସମୟରେ ସମୁଦାୟ ୩ କୋଟି ୧ ଲକ୍ଷରୁ ଉର୍ଦ୍ଧ ସମ୍ପତ୍ତି ଭିଜିଲାନ୍ସ ବିଭାଗ ଜବତ କରିଛି। ଚଢ଼ଉ ସମୟରେ ୭.୨ ଲକ୍ଷ ନଗଦ ଟଙ୍କା, ପ୍ରାୟ ୧.୨୨ କୋଟି ଟଙ୍କାର ବ୍ୟାଙ୍କ ଓ ବୀମା ଜମା, ଦ୍ୱିମହଲା ବିଶିଷ୍ଟ ଘର, ୨ଟି ଜମି, ୨ଟି ଚାରି ଚକିଆ ଗାଡି, ୨ଟି ଦୁଇ ଚକିଆ ଗାଡି, ସୁନାଗହଣା, ରାୟପୁର ଠାରେ ପତ୍ନୀଙ୍କ ନାମରେ ଦ୍ୱିମହଲା ଘର ଆଦି ଠାବ ହୋଇଛି। ଏହି ଚଢ଼ଉରେ ୩ଟି ଦଳରେ ଜଣେ ଡିଏସପି, ୬ ଜଣ ଇନିସପେକ୍ଟର, ୨ଜଣ ଏସଆଇ ଓ ଅନ୍ୟ କର୍ମଚାରୀ ମାନେ ସାମିଲ ରହିଥିଲେ। ଭିଜିଲାନ୍ସ ବିଭାଗ ଅନୁଯାୟୀ, ଟାଟା ପାୱାରର ଅଧିକାରୀ ଦର୍ଜୀଙ୍କ ବିରୋଧରେ ଆୟବର୍ହିଭୂତ ସମ୍ମତ୍ତି ଠୁଳ କରିବାର ଅଭିଯୋଗ ମିଳିବା ପରେ ଏହି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି।

ଏ ସର୍ମ୍ପକରେ ଅଧିକାରୀ ଦର୍ଜୀ କହିଛନ୍ତି ଯେ, ମୁଁ ବିଭାଗକୁ ସମ୍ପୁର୍ଣ୍ଣ ସହଯୋଗ କରୁଛି, କିଛି ବିରୋଧିମାନେ ମିଛ ଅଭିଯୋଗ କରିଛନ୍ତି ଏବଂ ସେ ଦୀର୍ଘ ୩୫ ବର୍ଷର ଚାକିରୀ କାଳରେ ପ୍ରଧାନପଡ଼ା ସ୍ଥିତ ବାସଭବନ ହିଁ ନିର୍ମାଣ କରିଛନ୍ତି। ତେବେ ଏହି ମାମଲାରେ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ସୂଚନା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ ଗତ ମାସ ୧୪ ତାରିଖରେ ରାଜ୍ୟ ଶକ୍ତି ବିଭାଗ ଅର୍ନ୍ତଗତ ଇଞ୍ଜିନିୟର – ଚିଫ ଇଲେକ୍ଟ୍ରିକାଲ ଇନିସ୍ପକେଟର (ପଶ୍ଚିମ ମଣ୍ଡଳ) ସୁନୀଲ କୁମାର ପଣ୍ଡା ଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ କାଳୀନ ୪ଟି ସ୍ଥାନରେ ଚଢ଼ଉ କରାଯାଇ ୩ କୋଟି ୩୯ ଲକ୍ଷର ସମ୍ପତ୍ତି ଠାବ ହୋଇଥିଲା।

Comments are closed.