ବୁର୍ଲା ଭିମସାର ଡ଼ାକ୍ତର ରାମଚନ୍ଦାନିଙ୍କ ଏକ ଟଙ୍କିଆ କ୍ଲିନିକକୁ ପୁରିଲା ବର୍ଷେ, ଆରମ୍ଭ କଲେ ଏକ ଟଙ୍କିକିଆ ଔଷଧ ସେବା
ବୁର୍ଲା: ୨୦୨୧ ମସିହାରେ ବୁର୍ଲା ଭିମସାରର ସହକାରୀ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ ଗରୀବ ରୋଗୀଙ୍କ ସେବା ପାଇଁ ନିଆରା ପ୍ରୟାସ ଆରମ୍ଭ କରିଥିଲେ ଏକ ଟଙ୍କିକିଆ କ୍ଲିନିକ। ଏହି ଏକ ଟଙ୍କିକିଆ କ୍ଲିନିକର ବର୍ଷେପୁର୍ତ୍ତି ଅବସରରେ ପୁଣି ବିଭିନ୍ନ ଅସହାୟ ଏବଂ ଗରିବ ରୋଗୀଙ୍କୁ ସହାୟତା ପାଇଁ ପୁଣି ଏକ ନୁତନ ଯୋଜନା ଆରମ୍ଭ କରିଛନ୍ତି। ତାଙ୍କ କ୍ଲିନିକକୁ ଆସୁଥିବା ଗରୀବ ରୋଗୀଙ୍କୁ ଏକ ଟଙ୍କାରେ କିଛି ମାଗଣା ଔଷଧ ଦେବା ପାଇଁ ବ୍ୟବସ୍ତା ଆରମ୍ଭ କରିଛନ୍ତି। ଯାହାକୁ ସେ ନାମ ଦେଇଛନ୍ତି ୱାନ ରୁପିଜ ମେଡ଼ିସିନ ସେବା। ରୋଗୀ ଦେଖିବାକୁ ଏକ ଟଙ୍କା ଏବଂ ଔଷଧ ପାଇଁ ଏକ ଟଙ୍କା ନେବେ ଡ଼ାକ୍ତର ରାମଚନ୍ଦାନି। ତେବେ ଏହି ଘଟଣା ପଶ୍ଚିମ ଓଡ଼ିଶାରେ ପ୍ରଥମ ଏବଂ ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ତେବେ ଡା.ରାମଚନ୍ଦାନୀଙ୍କ ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶାଂସା କରାଯାଇଛି।
ଜ୍ୱର, କାଶ, ଥଣ୍ଡା ଆଦି ରୋଗର କିଛି ଜରୁରୀ ଔଷଧ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ କରିବେ ବୋଲି ସୁଚନା ଦେଇଛନ୍ତି। ପରବର୍ତ୍ତି ପର୍ଯ୍ୟାୟରେ ନିଜର ଶକ୍ତି ସାମର୍ଥ୍ୟ ମୁତାବକ ଆହୁରୀ କିଛି ଔଷଧ ଏହି ତାଲିକାରେ ଯୋଡ଼ିହେବ ବୋଲି ସୁଚନା ଦେଇଛନ୍ତି। ଆଜିକାର ଏହି ଏକବର୍ଷ ପୁର୍ତ୍ତି ଉପଲକ୍ଷେ କ୍ଲିନିକ ତଥା ଏକ ଟଙ୍କିକିଆ ଔଷଧ ସେବାକୁ ଜଣେ ରୋଗୀ ଉଦଘାଟିତ କରିଥିଲେ। ବୁର୍ଲା ଅଟାଚକି ପଡ଼ାର ମଙ୍ଗଲୁ ନାମକ ଜଣେ ବୃଦ୍ଧ ରୋଗୀ ଏହାକୁ ଉଦଘାଟିତ କରିଥିଲେ। ଆଜିର ଉଦଘାଟନି କାର୍ଯ୍ୟକ୍ରମରେ ଅନେକ ଗଣ୍ୟମାନ୍ୟ ତଥା ସାମାଜିକ କର୍ମୀ ଉପସ୍ଥିତ ରହିଥିଲେ। ଭିମସାର ସହକାରୀ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ ଏବଂ ତାଙ୍କ ଧର୍ମପତ୍ନୀ ଡାକ୍ତର ଶିଖା ରାମଚନ୍ଦାନୀଙ୍କ ସମେତ ତାଙ୍କ ଉଭୟ କୁନି ଯାଆଁଳା କନ୍ୟା ଦ୍ୱୟ ଉପସ୍ତିତ ରହିଥିଲେ। ଗତ ଫେବ୍ରୁଆରୀ ମାସ ୧୨ ତାରିଖ ଠାରୁ ଗରିବ ରୋଗୀଙ୍କୁ ଏକ ଟଙ୍କିକିଆ କ୍ଲନିକରେ ସେବା ପାଇବା ସହିତ ପୁଣି ମାତ୍ର ଏକ ଟଙ୍କାରେ କିଛି ମାଗଣା ଔଷଧ ମଧ୍ୟ ଗରୀବ ଦିବ୍ୟାଙ୍ଗ, ଗରୀବ ରୋଗୀ, ବୃଦ୍ଧ ଏବଂ ବୃଦ୍ଧା ରୋଗୀଙ୍କୁ କ୍ଲିନିକରେ ସେବା ଉପଲବ୍ଧ କରାଯାଇ ପାରିବ। ବୁର୍ଲା ସହରର ଇନ୍ଦିରାଛକ ନିକଟର ନିଜ ବାସଭବନ ନିକଟରେ ଆରମ୍ଭ ଏହି ୱାନ ରୁପିଜ କ୍ଲିନିକ ରହିଛି।
Comments are closed.