www.samajalive.in
Sunday, December 14, 2025
19.1 C
Bhubaneswar

ନାବାଳକଙ୍କ ବାଇକ ଚାଳନା, ୩୦ ହଜାର ଜରିମାନା

ସମ୍ବଲପୁର: ସମ୍ବଲପୁରର ମୋଦିପଡା ଛକରୁ ଲକ୍ଷ୍ମୀ ଟକିଜ ଛକ ମଧ୍ୟରେ ମୋଟର ଯାନ ଯାଞ୍ଚ ଚାଲିଥିଲା। ସେହି ସମୟରେ ଜଣେ ନାବାଳକ ଏକ ବାଇକ (ଓଡି – ୧୫ –ଏଲ – ୦୪୫୨) ରେ ଦ୍ରୁତଗତିରେ କାନରେ ୟିର ଫୋନ ଲଗାଇ ଆସୁଥିଲେ। ଏଣୁ ପୁଲିସ ତାଙ୍କୁ ଅଟକାଇ ଗାଡିର କାଗଜପତ୍ର, ଚାଳକ ଲାଇସେନ୍ସ ଆଦି ଯାଞ୍ଚ କରିଥିଲା। ବାଇକ ଚାଳକ ଜଣକ ନାବାଳକ ଥିବାରୁ ମୋଟର ଯାନ ଆଇନ ଅନୁଯାୟୀ ତାଙ୍କର ପିତା ଗୁରମିତ ସିଂହ ଙ୍କୁ ସୂଚନା ଦିଆଯାଇ ସମ୍ବଲପୁର ପରିବହନ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା। ଏଣୁ ସମ୍ବଲପୁର ପରିବହନ ଅଧିକାରୀ ଧର୍ମେନ୍ଦ୍ର ଦେହୁରୀ ଟାଉନ ଥାନାକୁ ଆସି ଆଇନ ଉଲ୍ଲଂଘନ ପାଇଁ ୩୦ ହଜାର ଟଙ୍କାର ଜରିମାନା କରିଥିଲେ। ସମ୍ବଲପୁର ପୁଲିସ ପକ୍ଷରୁ ମୋଟରଯାନ ନିୟମ ମାନି ଗାଡିଚାଳନା ସହିତ ନାବାଳକ ମାନଙ୍କୁ ଗାଡି ଚାଳନା ନିମନ୍ତେ ପ୍ରଦାନ ନ କରିବାକୁ ଜନତାଙ୍କୁ ଆହ୍ୱାନ କରାଯାଇଛି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories