www.samajalive.in
Monday, December 15, 2025
16.1 C
Bhubaneswar

ସମ୍ବଲପୁରରେ ଅନଲାଇନ ଜନ ଅଭିଯୋଗ ପୋର୍ଟାଲର ଶୁଭାରମ୍ଭ

ସମ୍ବଲପୁର: ସମ୍ବଲପୁର ଜିଲାରେ ପ୍ରଥମ ଥର ପାଇଁ ଜନତାଙ୍କର ସୁବିଧା ପାଇଁ ଜନ ଅଭିଯୋଗ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। ଏବେ ଜିଲାରେ ଜନତା କରୁଥିବା ସମସ୍ତ ଅଭିଯୋଗ ଗୁଡିକ ପ୍ରାପ୍ତ ହେବା ପରେ ଅନଲାଇନ ପୋର୍ଟାଲରେ ଅପଲୋଡ କରାଯାଇ ଅଭିଯୋଗ ସହିତ ସମ୍ବନ୍ଧିତ ବିଭାଗକୁ ପଠାଯିବ। ଏହାପରେ ସେହି ବିଭାଗ ଅଭିଯୋଗକୁ ସମାଧାନ କରିବା ପାଇଁ ବିହିତ ପଦକ୍ଷେପ ନେବେ। ତେବେ ଅଭିଯୋଗ ଅପଲୋଡ ହେବା ପରେ ତାହାର ସମାଧାନ ସ୍ଥିତ ଜିଲାପାଳଙ୍କ ଠାରୁ ଆରମ୍ଭ କରି ସମସ୍ତ ଜିଲାସ୍ତରୀୟ ଅଧିକାରୀମାନଙ୍କ ପର୍ଯ୍ୟନ୍ତ ଯିଏ ଯେତେବେଳେ ଚାହିଁବ ଦେଖିପାରିବେ। ଏହାସହିତ ସମସ୍ୟାର ସମାଧାନ ପାଇଁ ଏକ ନିଦ୍ଧିଷ୍ଟ ସମୟସୀମା ମଧ୍ୟ ଧାର୍ଯ୍ୟ କରାଯିବ ବୋଲି ଜଣାପଡିଛି। କିନ୍ତୁ ଏବେ ଏହି ପୋର୍ଟାଲରେ କେବଳ ଅପଲାଇନରେ ଦରଖାସ୍ତ ଦେଇଥିବା ଅଭିଯୋକାରୀମାନଙ୍କର ଦରଖାସ୍ତକୁ ସେହି ଦିନ ଅପଲୋଡ କରାଯାଇ ସମ୍ବନ୍ଧୀୟ ବିଭାଗକୁ ପଠାଯାଉଛି। ସାଧାରଣ ଜନତାଙ୍କ ପାଇଁ ଏହି ପୋର୍ଟାଲକୁ ଆଗାମୀ ଏକ ମାସ ମଧ୍ୟରେ ଖୋଲାଯିବ ବୋଲି ଜଣାପଡିଛି। ତେବେ ସରକାରୀ ଅଧିକାରୀମାନଙ୍କୁ ଏହି ପୋର୍ଟାଲରେ ୟୁଜର ଆଇଡି ଓ ପାସୱାର୍ଡ ଦିଆଯାଇଛି ଏବଂ ସେମାନଙ୍କର ବିଭାଗ ସମ୍ବନ୍ଧୀୟ ଅଭିଯୋଗ ଗୁଡିକୁ ଜାଣି ତାର ସମାଧାନର ବାଟ କରିବେ। ପୂର୍ବରୁ ଅଭିଯୋଗକାରୀ ଜିଲାପାଳଙ୍କ ଜନଶୁଣାଣୀ ସମୟରେ ଅଭିଯୋଗ ଦାଖଲ କଲା ପରେ ସେହି ଅଭିଯୋଗ ସମ୍ବନ୍ଧୀୟ ବିଭାଗ ନିକଟରୁ ଅଭିଯୋଗକାରୀର ଦରଖାସ୍ତ ପହଞ୍ଚିବାରେ ଦୁଇ ରୁ ତିନି ଦିନ ଲାଗି ଯାଉଥିଲା। କିନ୍ତୁ ଏବେ ଅନଲାଇନ କାର୍ଯ୍ୟାରମ୍ଭ ହୋଇଥିବାରୁ ଏହା ସେହି ଦିନ ସନ୍ଧ୍ୟା ପର୍ଯ୍ୟନ୍ତ ସମ୍ବନ୍ଧୀୟ ବିଭାଗୀୟ ଅଧିକାରୀଙ୍କ ନିକଟକୁ ପହଞ୍ଚି ଯିବ। ଯାହାଦ୍ୱାରା ସମୟ, କାଗଜ ଓ ମାନବ ସମ୍ବଳର କମ୍‍ ଉପଯୋଗରେ ଶୀଘ୍ର କାର୍ଯ୍ୟ ହେବ ବୋଲି ଜିଲା ପ୍ରଶାସନ ଜଣାଇଛି। ଆଗାମୀ ଦିନରେ ଜନସାଧାରଣଙ୍କ ପାଇଁ ମଧ୍ୟ ଏହି ପୋର୍ଟାଲକୁ ଖୋଲାଯିବ ଏବଂ ସେମାନେ ସିଧାସଳକ ଅନଲାଇନ ମାଧ୍ୟମରେ ସେମାନଙ୍କର ଅଭିଯୋଗ କରି ପାରିବେ ବୋଲି ଜଣାପଡିଛି। ସେମାନଙ୍କୁ ଅଭିଯୋଗ କରିବା ପାଇଁ ବାରମ୍ବାର ଜିଲାପାଳ କାର୍ଯ୍ୟାଳୟକୁ ଧାଇଁବାକୁ ପଡିବ ନାହିଁ।
ସୂଚନାଯୋଗ୍ୟ ଯେ, ସୋମବାର ଦିନ ଜିଲା ଅର୍ନ୍ତଗତ ମାନେଶ୍ୱର ବ୍ଲକ ଠାରେ ଜିଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏହି ପୋର୍ଟାଲର ଉଦଘାଟନ କରାଯାଇଛି। ଏହି ଶିବିରରେ ୧୩୭ଟି ଅଭିଯୋଗ ଦାଖଲ ହୋଇଛି। ସେଥି ମଧ୍ୟରୁ ୧୨୨ଟି ବ୍ୟକ୍ତିଗତ ଅଭିଯୋଗକାରୀ ନିଜେ ଉପସ୍ଥିତ ରହି ଦରଖାସ୍ତ ପ୍ରଦାନ କରିଥିଲେ। ତାହା ମଧ୍ୟରୁ ୧୫ଟି ବିଭିନ୍ନ ଗ୍ରାମ୍ୟ ସମସ୍ୟା ଉପରେ ଆଧାରିତ ହୋଇଥିବା ବେଳେ ୨ଟି ଦରଖାସ୍ତ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ସାହାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ଥିଲା। ୫ଟି ଅଭିଯୋଗର ଶୁଣାଣୀ କରି ତତକାଳ ଫଇସଲା କରାଯାଇଥିବା ବେଳେ ଅନ୍ୟାନ୍ୟ ଦରଖାସ୍ତ ଗୁଡିକୁ ସମ୍ପୃକ୍ତ ବିଭାଗମାନଙ୍କୁ ପଠାଯାଇଛି। ଏହି ଶିବିରରେ ଜିଲାପାଳ ଶୁଭମ ସାକ୍ସସେନା, ଏସପି କନୱର ବିଶାଳ ସିଂହ, ବନଖଣ୍ଡ ଅଧିକାରୀ ସଞ୍ଜିତ କୁମାର, ସଦର ଉପ ଜିଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ ଓ ଅନ୍ୟାନ୍ୟ ବିଭାଗର ଜିଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories