www.samajalive.in
Tuesday, December 9, 2025
15.1 C
Bhubaneswar

ରୋଟାରୀ କ୍ଲବ ଅଫ ସମ୍ବଲପୁର ଗ୍ରେଟର ପକ୍ଷରୁ ପ୍ରଶାସନକୁ ୧୦ଟି ହାତଧୁଆ ଷ୍ଟେସନ ପ୍ରଦାନ

ସମ୍ବଲପୁର : ସାରା ବିଶ୍ୱରେ କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। କରୋନା ବିରୋଧରେ ଦେଶରେ ଚାଲିଥିବା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ବିଭିନ୍ନ ପ୍ରକାରର ସହାୟତା ସରକାର ଓ ପ୍ରଶାସନକୁ ଯୋଗାଇ ଦେଉଛନ୍ତି। ଏହି କ୍ରମରେ ରୋଟାରୀ କ୍ଲବ ଅଫ ସମ୍ବଲପୁର ଗ୍ରେଟର ପକ୍ଷରୁ ୧୦ଟି ହାତ ଧୁଆ ଷ୍ଟେସନ ସମ୍ବଲପୁର ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ଏ ସର୍ମ୍ପକରେ ସମ୍ବଲପୁର ଗ୍ରେଟର ସଭାପତି ପରଭେଜ ଅଲ୍ଲୀ ଖାନ କହିଛନ୍ତି ଯେ, ଏବେ କରୋନାର ମୁକାବିଲା କରିବା ପାଇଁ ପ୍ରତି ୨୦ ମିନିଟରେ ଅତିକମରେ ୨୦ ସେକେଣ୍ଡ ପାଇଁ ହାତ ଭଲ ଭାବରେ ଧୋଇବା ଆବଶ୍ୟକ ଅଟେ। ଏଣୁ ଏହି ଘଡିସନ୍ଧି ମୁହୁର୍ତ୍ତରେ କ୍ଲବ ନିଜର ସାମାଜିକ ଦାୟିତ୍ୱକୁ ନିର୍ବାହ କରିବା ପାଇଁ ଏହି ହାତଧୁଆ ଷ୍ଟେସନ ଗୁଡିକୁ ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ଆଗାମୀ ଦିନରେ କ୍ଲବ ପକ୍ଷରୁ ଯଥାସାଧ୍ୟ ସହାୟତା ପ୍ରଦାନ କରାଯିବ ବୋଲି ସଭାପତି ଖାନ କହିଛନ୍ତି। ଏହି ହାତଧୁଆ ଷ୍ଟେସନ ଗୁଡିକୁ ଜିଲା ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ଲଗାଯିବ ବୋଲି ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories