www.samajalive.in
Monday, December 15, 2025
27.1 C
Bhubaneswar

ଅଭିଯୋଗକାରୀଙ୍କୁ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କରୋନା ସଚେତନତା

ସମ୍ବଲପୁର:  ସାରା ବିଶ୍ୱରେ କରୋନା ଭୂତାଣୁର ପ୍ରକୋପକୁ ଦେଖି ସଂକ୍ରମଣ ରୋକିବା ପାଇଁ ବିଶ୍ୱବ୍ୟାପି ବିଭିନ୍ନ ଦେଶର ସରକାର ମାନେ ପ୍ରତିଷେଧକ ବ୍ୟବସ୍ଥା ଗୁଡିକୁ ଗ୍ରହଣ କରୁଛନ୍ତି। ଏହି କ୍ରମରେ ଦେଶରେ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ନିର୍ଦ୍ଦେଶ ଓ ପରାମର୍ଶ ଜାରି କରି ଲୋକଙ୍କୁ ବ୍ୟାପକ ସଚେତନ କରୁଛନ୍ତି। ସୋମବାର ରାଜ୍ୟରେ ପ୍ରଥମ କରୋନା ଭୂତାଣୁ ସଂକ୍ରମିତ ରୋଗୀ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ଥିବାର ଖବର ଜଣାପଡିବା ପରେ ପୂର୍ବରୁ ସଜାଗ ରହିଥିବା ଜିଲା ପ୍ରଶାସନ ଓ ଜିଲା ସ୍ୱାସ୍ଥ୍ୟ ବିଭାଗ ଅତ୍ୟନ୍ତ ଚଳଚଞ୍ଚଳ ହୋଇ ପଡିଥିଲା। ଜିଲାପାଳ ଖୋଦ ନିଜେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନ ଆଦିର ଅଧିକାରୀ ମାନଙ୍କ ସହିତ ସକାଳୁ ମାରାଥନ ବୈଠକ ଆରମ୍ଭ କରି ଦେଇଥିଲେ। ଅନ୍ୟ ପଟରେ ସୋମବାର ଦିନ ଜିଲାପାଳଙ୍କ ଅଭିଯୋଗ ଶୁଣାଣୀ ଦିବସ ରହିଥିବାରୁ ସାରା ଜିଲାରୁ ଲୋକେ ସେମାନଙ୍କ ଅଞ୍ଚଳରେ ଲାଗି ରହିଥିବା ସମସ୍ୟା ଗୁଡିକର ସମାଧାନ ପାଇଁ ଜିଲା ମୁଖ୍ୟାଳୟକୁ ଧାଇଁ ଆସିଥିଲେ। ଏଣୁ ସକାଳ ସମୟରେ ଜିଲା ମୁଖ୍ୟାଳୟରେ ପ୍ରବଳ ଭିଡ ପରଲକ୍ଷିତ ହୋଇଥିଲା।

ଜିଲାପାଳଙ୍କ ସହିତ ବୈଠକ ସାରି ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ ଦାଶ (ଜନସ୍ୱାସ୍ଥ୍ୟ) ଫେରିବା ସମୟରେ ଜିଲା ମୁଖ୍ୟାଳୟରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହିତ କରୋନା ସ୍ଥିତି ସର୍ମ୍ପକରେ କଥାବାର୍ତ୍ତା ହୋଇଥିଲେ। ତେବେ ସେହି ସମୟରେ କିଛି ସାମ୍ବାଦିକ ତାଙ୍କୁ ଅଭିଯୋଗକାରୀଙ୍କର ପ୍ରବଳ ସମାଗମ ହୋଇଥିବାରୁ ଜିଲା ମୁଖ୍ୟାଳୟ ଠାରେ ହିଁ ସେମାନଙ୍କୁ କରୋନା ସର୍ମ୍ପକରେ ସଚେତନ କରିବା ପାଇଁ ଅନୁରୋଧ କରିଥିଲେ। ତୁରନ୍ତ ଡା. ଦାଶ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଅନୁରୋଧ ରକ୍ଷା କରି ଜନତାଙ୍କୁ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ହିଁ କରୋନା ସର୍ମ୍ପକରେ ସଚେତନ କରିଥିଲେ। ଲୋକେ ନିଜ ହାତକୁ ବାରମ୍ବାର ସାବୁନରେ ହାତ ଧୋଇବା ପରେ ଯାଇ ହିଁ ମୁହଁ, ନାକ, ଆଖି ଆଦି ସ୍ପର୍ଶ କରନ୍ତୁ, ସାର୍ବଜନୀନ ସ୍ଥାନ ମାନଙ୍କ ଠୁଳ ହେବାରୁ ବଞ୍ଚିତ ରହନ୍ତୁ। ଖାସ, ଶର୍ଦ୍ଦି, ଜ୍ୱର ଆଦି ହେଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା, ଖାସ, ଛିଙ୍କ ଆଦି ସମୟରେ ଟିସୁ ପେପର ଅଥବା ରୁମାଲ ବ୍ୟବହାର କରିବା, ଅସୁସ୍ଥ ଥିଲେ ମାସ୍କର ବ୍ୟବହାର କରିବା, ସାମାଜିକ କାର୍ଯ୍ୟକ୍ରମରୁ ଯଥା ସମ୍ଭବ ନିଜକୁ ଦୁରେଇ ରଖିବା ଉଚିତ। ଏହା ସହିତ ମାସ୍କ ନିକଟରେ ନ ଥିବା ସମୟରେ ଯଦି କୌଣସି ସାର୍ବଜନୀନ ସ୍ଥାନକୁ ଯିବାକୁ ହେଲେ ରୁମାଲକୁ ମୋଡି ମାସ୍କ ଭଳି ବ୍ୟବହାର କରିହେବ। କରୋନା ଭୂତାଣୁକୁ କେବଳ ଆମେ ସମସ୍ତେ ସଚେତନ ରହିବା ତାହା ହେଲେ କରୋନା ଭୂତାଣୁକୁ ପ୍ରତିହତ କରିହେବ ବୋଲି ଡା. ଦାଶ ସମସ୍ତଙ୍କୁ କହିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ସାରା ଜିଲାରୁ ଆସିଥିବା ବହୁ ବ୍ୟକ୍ତି ଉପସ୍ଥିତ ରହିଥିବାରୁ ସେମାନେ ସେମାନଙ୍କର ଅଞ୍ଚଳରେ ଅନ୍ୟ ମାନଙ୍କ ମଧ୍ୟ କରୋନା ଭୂତାଣୁ ସର୍ମ୍ପକରେ ସଚେତନ କରିବା ପାଇଁ ଡା. ଦାଶ ପରାମର୍ଶ ଦେଇଥିଲେ। ଡା. ଦାଶଙ୍କର ଏହି ଜନସେବାକୁ ସବୁ ମହଲରୁ ସ୍ୱାଗତ କରାଯାଇ ପ୍ରଶଂସା କରାଯାଉଛି।

- Advertisement -

 

Hot this week

ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories