www.samajalive.in
Monday, December 15, 2025
27.1 C
Bhubaneswar

୩ ଦଫା ଦାବି ନେଇ ସମଗ୍ର ଓଡିଶାର ପଦଯାତ୍ରାରେ ଜଗତସିଂହପୁରର ସତ୍ୟବ୍ରତ ଦାଶ

ସମ୍ବଲପୁର : ଜଗତସିଂହପୁର ଜିଲାର ବାଲିଗୁଡା ବ୍ଲକର ଭଗବାନପୁର ଗ୍ରାମର ଯୁବକ ସତ୍ୟବ୍ରତ ଦାଶ ଓଡିଶା ରାଜ୍ୟ ପାଇଁ ୩ଦଫା ଦାବି ନେଇ ସମଗ୍ର ଓଡିଶାର ୩୧୪ଟି ବ୍ଲକକୁ ପଦଯାତ୍ରାରେ ବାହାରିଛନ୍ତି। ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ମହାନଦୀ ଜଳ ବିବାଦ ସମସ୍ୟାର ସ୍ଥାୟୀ ସମାଧାନ ଓ ପୋଲାଭରମ ପ୍ରକଳ୍ପ ବନ୍ଦ ଦାବୀକୁ ନେଇ ସାରା ରାଜ୍ୟର ସମସ୍ତ ବ୍ଲକକୁ ପଦଯାତ୍ରାରେ ବାହାରିଛନ୍ତି ସତ୍ୟବ୍ରତ। ଏହି କ୍ରମରେ ସେ ଗୁରୁବାର ଦିନ ସକାଳୁ ସମ୍ବଲପୁର ଠାରେ ପହଞ୍ଚିଥିଲେ। ଜୁଲାଇ ୧୦ ତାରିଖରୁ ଯାଜପୁର ଜିଲା ବଡଚଣା ବ୍ଲକରୁ ସେ ତାଙ୍କର ପଦଯାତ୍ରା ଆରମ୍ଭ କରିଥିବା ବେଳେ ଗୁରୁବାର ପର୍ଯ୍ୟନ୍ତ ୧୫୪ ଦିନରେ ୩ ହଜାରରୁ ଉର୍ଦ୍ଧ୍ବ କିଲୋମିଟର ବାଟ ଅତିକ୍ରମ କରିସାରିଛନ୍ତି। ସେ ସମସ୍ତ ବ୍ଲକକୁ ଯାଇ ବ୍ଲକ ପ୍ରତ୍ୟେକ ବିଡିଓଙ୍କୁ ଏହି ତିନି ଦଫିଆ ଦାବି ସମ୍ବଳିତ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରୁଛନ୍ତି। ଇତି ମଧ୍ୟରେ ସେ ୧୦୯ଟି ବ୍ଲକ ପଦଯାତ୍ରା କରିସାରିଥିବା ବେଳେ ଆଜି ୧୧୦ ନମ୍ବର ଭାବରେ ସମ୍ବଲପୁରର ଧନକଉଡା ବ୍ଲକରେ ଦାବିପତ୍ର ପ୍ରଦାନ କରିଛନ୍ତିି। ଏହି ବିଷୟକୁ ଓଡିଶାର ସାଢ଼େ ୪ କୋଟି ଜନତାଙ୍କର ବିଷୟବସ୍ତୁ କରିବା ଲକ୍ଷ୍ୟ ନେଇ ଏହି ପଦଯାତ୍ରାକୁ ସେ ଆରମ୍ଭ କରିଛନ୍ତି ଏବଂ ଏଥିରେ ଜନତାଙ୍କର ଅକୁଣ୍ଠ ସମର୍ଥନ ମିଳୁଛି ବୋଲି ସତ୍ୟବ୍ରତ କହିଛନ୍ତି।

Hot this week

ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories