www.samajalive.in
Monday, December 15, 2025
17.1 C
Bhubaneswar

ମାଁ ସମଲେଶ୍ୱରୀ ମହିମା ପ୍ରଚାର ସମିତି ଗଠିତ

ସମ୍ବଲପୁର: ପଶ୍ଚିମ ଓଡିଶା ତଥା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କର ମହିମାର ପ୍ରଚାର ପ୍ରସାର ପାଇଁ ‘ମାଁ ସମଲେଶ୍ୱରୀ ମହିମା ପ୍ରଚାର ସମିତି’ ନାମକ ଏକ ସମିତି ଗଠନ କରାଯାଇଛି। ମଙ୍ଗଳବାର ଦିନ ଏହି ସମିତିର ପ୍ରଥମ ବୈଠକ ମାଁ ସମଲେଶ୍ୱରୀଙ୍କର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ମାଁ ସମଲେଶ୍ୱରୀଙ୍କର ମହିମାର ପ୍ରଚାର ପ୍ରସାର ପାଇଁ ପୁରୀ ଶ୍ରୀକ୍ଷେତ୍ରର ଶ୍ରୀ ଜଗନ୍ନାଥ ଚେତନା ପ୍ରଚାର କମିଟୀ ଭଳି ଏହି ପ୍ରଚାର ସମିତିର ଗଠନ କରାଯାଇଛି। ଏହି ସମିତି ଆଗାମୀ ଦିନରେ ସାରା ରାଜ୍ୟ ତଥା ଦେଶରେ ଥିବା ସମସ୍ତ ସମଲେଶ୍ୱରୀ ମନ୍ଦିର ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ କାର୍ଯ୍ୟ କରିବ। ପ୍ରଥମ ପର୍ଯ୍ୟାୟରେ ଏହି ସମିତିର ସଦସ୍ୟ ଓ ଭକ୍ତ ମାନେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଥିବା ସମଲେଶ୍ୱରୀ ମନ୍ଦିର ମାନଙ୍କୁ ପରିଦର୍ଶନ କରି ମନ୍ଦିର ମାନଙ୍କର ଇତିହାସ ଓ ପୃଷ୍ଠଭୂମି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ତଥ୍ୟ ସଂଗ୍ରହ କରିବେ। ଏହା ସହିତ ମନ୍ଦିର ମାନଙ୍କର ପୁଜକ ମାନଙ୍କ ସହିତ ଆଲୋଚନା କରି ସେହି ମନ୍ଦିର ମାନଙ୍କରେ ଚାଲିଥିବା ପୁଜା ପଦ୍ଧତି ଓ ନିତ୍ୟ ନିତି ବିଷୟରେ ଅବଗତ ହେବ। ଏହା ପରେ ଦ୍ୱିତୀୟ ପର୍ଯ୍ୟାୟରେ ସମସ୍ତ ମନ୍ଦିର ମାନଙ୍କର ପୁଜକ ମାନଙ୍କର ଏକ ମହା ସମ୍ମିଳନୀ ସମ୍ବଲପୁର ଠାରେ ଅନୁଷ୍ଠିତ କରାଯାଇ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ଆଗାମୀ ଦିନରେ ସମଲେଶ୍ୱରୀ ମହାଯଜ୍ଞର ଆୟୋଜନ କରିବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା। ଏହି ବୈଠକରେ ସମଲେଶ୍ୱରୀ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟ, ଶ୍ୟାମ ସୁନ୍ଦର ଧର, ସୁଧାଂଶୁ ରାୟ, ତ୍ରିବିକ୍ରମ ପ୍ରଧାନ, ପ୍ରମୋଦ କୁମାର ପଟ୍ଟନାୟକ ଙ୍କ ସମେତ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories