ସତ୍ୟଭାମା ଦେବୀ ୱେଲଫେୟାର ଟ୍ରଷ୍ଟ ତରଫରୁ ଜାତୀୟ ମାନବିକ ଅଧିକାର ଦିବସ ପାଳିତ

ଭୁବନେଶ୍ବର : ୧୦ଡିସସେମ୍ବରକୁ ସାରା ଦେଶରେ ମାନବିକ ଅଧିକାର ଦିବସ ଭାବେ ପାଳନ କରାଯାଉଥିଲା ବେଳେ ସତ୍ୟଭାମା ଦେବୀ ୱେଲଫେୟାର ଟ୍ରଷ୍ଟ ତରଫରୁ ସତ୍ୟଭାମା ଦେବୀ ମୁକବଧିର ମହାବିଦ୍ୟାଳ ପରିସରରେ ଏହି ଦିବସକୁ ଧୂମଧାମରେ ପାଳନ କରାଯାଇଥିଲା। ଏଥିରେ ସତ୍ୟଭାମା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓ ସତ୍ୟଭାମା ଦେବୀ +୩ ମହାବିଦ୍ୟାଳୟର ୩୦୦ରୁ ଉଦ୍ଧ୍ଵ ମୁକବଧିର ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ଆଜିର ଏହି ମହତ୍ବପୂର୍ଣ୍ଣ ଦିବସ ସମ୍ପର୍କରେ ଉକ୍ତ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟ ସୁଶ୍ରୀ ନିରୋଜ ଲକ୍ଷ୍ମୀ ମହାପାତ୍ର ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦେଇ କହିଥିଲେ ଯେ, ଭିନ୍ନକ୍ଷମ ଅଧିକାର ଆଇନ -୨୦୧୬ର ଧାରା -୨୪ ବ୍ୟବସ୍ଥା ରହିଛି ଯେ, ଭିନ୍ନକ୍ଷମ ଯୁବକ/ଯୁବତୀମାନେ କର୍ମ ନିୟୋଜନ ସଂସ୍ଥାରେ ନାମ ପଞ୍ଜୀକରଣ କରିବାର ୨ବର୍ଷ ମଧ୍ୟରେ ଯଦି କର୍ମ ସଂସ୍ଥାନ ନପାନ୍ତି ତେବେ ରାଜ୍ୟ ସରକାର ସମସ୍ତ ଭିନ୍ନକ୍ଷମ ଯୁବକ/ ଯୁବତୀମାନଙ୍କୁ ରାଜ୍ୟର ଆର୍ଥିକ ଦୂରାବସ୍ଥାକୁ ଦେଖି ବେକାରୀ ଭତ୍ତା ଦେବେ। ଏସମ୍ପର୍କରେ ଟ୍ରଷ୍ଟ ତରଫରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏଯାବତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଅନ୍ୟ ପକ୍ଷରେ ରାଜ୍ୟ ସରାକର ରାଜ୍ୟର ଆର୍ଥିକ ସ୍ଥିତି ଭଲ ନଥିବା ଦର୍ଶାଇ ଏହାକୁ କାର୍ଯ୍ୟକାରୀ କରିବାରେ ଟାଳଟୁଳ ନୀତି ଗ୍ରହଣ କରୁଛନ୍ତି। ଆର୍ଥିକ ସ୍ଥିତାବସ୍ଥାକୁ ଦୁର୍ବଳ ଦର୍ଶାଇ କାହାର ଅଧିକାରରୁ ବଞ୍ଚିତ କରାଯାଇ ପାରିବ ନାହିଁ ବୋଲି ମାନ୍ୟବର ଉଚ୍ଚ ନ୍ୟାୟାଳୟ ସ୍ପଷ୍ଟ ଭାବେ ତାଙ୍କ ଆଦେଶନାମାରେ ଉଲ୍ଲେଖ କରିଛନ୍ତି। ତେଣୁ ରାଜ୍ୟ ସରକାର ଆର୍ଥିକ ସ୍ଥିତିର ଦ୍ବାହି ନେଇ ଭିନ୍ନକ୍ଷମମାନଙ୍କର ଥିବା ଅଧିକାରରୁ ସେମାନଙ୍କୁ ବଞ୍ଚିତ କରିବା ସମ୍ବିଧାନ ବିରୋଧୀ ଅଟେ। ତେଣୁ ତୁରନ୍ତ ଭିନ୍ନକ୍ଷମମାନଙ୍କୁ ବେକାରୀ ଭତ୍ତା ଦେବାକୁ ସୁଶ୍ରୀ ମହାପାତ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି।
ଉଲ୍ଲେଖନୀୟ ଯେ, ସରାକର ଶିକ୍ଷା ଅଧିକାର ଆଇନ ପାଳନ କରୁଛନ୍ତି ବୋଲି ଡିଣ୍ଡିମ ପିଟୁଥିଲା ବେଳେ ମୁକ ବଧିର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଶିକ୍ଷାରୁ ବଞ୍ଚିତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏସମ୍ପର୍କରେ ସୁଶ୍ରୀ ମହାପାତ୍ର ସୂଚନା ଦେଇଥିଲେ ଯେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୯୬ଜଣ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନ ଥିଲାବେଳେ ଏଥିପାଇଁ ୧୦୮ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ଅବଶିଷ୍ଟ ୧୨ଜଣ ମୁକବଧିର ଛାତ୍ରଛାତ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଅନୁମତି ଦେବାକୁ ଟ୍ରଷ୍ଟ ତରଫରୁ ଅଗଷ୍ଟ ୨୦୧୯ରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗକୁ ଅନୁରୋଧ କରାଯାଇଥିଲା। ତଦନୁଯାୟୀ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ଏସମ୍ପର୍କରେ ରିପୋର୍ଟ ଦେବାକୁ ଉକ୍ତ ବିଭାଗରୁ ଅନୁରୋଧ କରିଥିବାରୁ ଉକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଆସି ତଦନ୍ତ କରିଯାଇଥିଲେ ମଧ୍ୟ ଏଯାବତ ନିର୍ଦେଶାଳୟ ତରଫରୁ ବିଭାଗକୁ ରିପୋର୍ଟ ପ୍ରଦାନ କରାଯାଇନାହିଁ। ଫଳରେ ଉକ୍ତ ମୁକବଧିର ଛାତ୍ରଛାତ୍ରୀମାନେ ଶିକ୍ଷାରୁ ବଞ୍ଚିତ ହେବାକୁ ଯାଉଛନ୍ତି।
ଆଜିର ଏହି ଦିବସରେ ସମ୍ମାନୀୟ ଅତିଥି ଅଭିଭାବକଙ୍କ ମହାସଂଘର ସମ୍ପାଦକ ଶ୍ରୀ ବାସୁଦେବ ଭଟ୍ଟ, ମାନବିକ ଅଧିକାର କର୍ମୀ ଶ୍ରୀ ପ୍ରଦୀପ ପ୍ରଧାନ, ଉଠା ଦୋମାନୀ ମହାସଂଘର ସମ୍ପାଦକ ଶ୍ରୀ ପ୍ରତାପ ସାହୁ, ଶ୍ରୀ ପୁଣ୍ୟଶ୍ଲୋକ ମହାନ୍ତି, ଆଡଭୋକେଟ ଶ୍ରୀ ସୁଧୀର ମହାନ୍ତି ଏବଂ ଶ୍ରୀ ଶ୍ରୀକାନ୍ତ କୁମାର ପାଗଳ ତାଙ୍କର ବହୁମୂଲ୍ୟ ସମୟ ନଷ୍ଟ କରି ଆଜିର ଏହି ଦିବସରେ ମାନବିକ ଅଧିକାର ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କର ଅଧିକାର ଯେପରି କ୍ଷୁର୍ଣ୍ଣ ନହୁଏ ସେଥିପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଓ ସଭା ଶେଷରେ ମହାବିଦ୍ୟାଳର ଅଧ୍ୟକ୍ଷା ଶ୍ରୀମତି ସଂଘମିତ୍ରା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.