ବଣୁଆ ହାତୀ ଉପଦ୍ରବ ରୋକିବାରେ ଫେଲ ମାରିଲା ବନ ବିଭାଗ
ସମ୍ବଲପୁର: ସମ୍ବଲପୁର ଜିଲା ଯୁଯୋମୁରା ବ୍ଳକ ବାରଲୋଇ ଗାଁରେ ବଣୁଆ ହାତୀ ଉପଦ୍ରବ । ହାତୀ ଆକ୍ରମଣରେ କେତେବେଳେ ମଣିଷ ତାର ବହୁମୂଲ୍ୟ ଜୀବନ ହରାଉଛି ତ ଆଉ କେତେବେଳେ ହାତୀର ଜୀବନ ଯାଉଛି। ଏହାରି ମଧ୍ୟରେ ବନ ବିଭାଗ କେଉଁଠି ନା କେଉଁଠି ଫେଲ ମାରିଛି। ସୋମବାର ବିଳମ୍ବିତ ରାତିରେ ହାତୀପଲ ବାରଲୋଇ ଗାଁର ଜୟନ୍ତ ସାହୁଙ୍କ ଘର ଭାଙ୍ଗି ଦେଇଥିବା ସୂଚନା ମିଳିଛି। ଘରେ ଥିବା ବିଭିନ୍ନ ଆସବାବପତ୍ର ମଧ୍ୟ ନଷ୍ଟ ହୋଇଯାଇଛି। ପରେ ଖବର ପାଇ ବନବିଭାଗ ର ଏକ ଟିମ୍ ଘଟଣାସ୍ଥଳକୁ ଆସି କ୍ଷୟକ୍ଷତି ଆକଳନ କରିଛନ୍ତି। ସେପଟେ ଏହି ଅଞ୍ଚଳରେ ବାରମ୍ବାର ଏଭଳି ଘଟୁଥିବାବେଳେ ବନ ବିଭାଗ ହାତୀ ଘଉଡାଇବାରେ ଫେଲ ମାରିଛି। ଯାହାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି।
Comments are closed.