ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଟ୍ୱିନ ସିଟିକୁ ରେଡ୍ ଆଲର୍ଟ ଜାରି..
ଭୁବନେଶ୍ୱର : ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଟ୍ୱିନ ସିଟିକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି। କଟକ ଓ ଭୁବନେଶ୍ୱରରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି। ଏନେଇ ରେଡ୍ ଆଲର୍ଟ ଜାରି କରାଯାଇଛି।
ଟ୍ୱିନ-ସିଟି #ଭୁବନେଶ୍ୱର ଏବଂ #କଟକ ସହର କୁ #ଭୀଷଣ #ଗ୍ରୀଷ୍ମପ୍ରବାହ ସମ୍ଭାବନା ପାଇଁ ରେଡ-ଆଲର୍ଟ ଜାରି@CMCCuttack @bmcbbsr pic.twitter.com/HYJPmF6IuJ
— Meteorological Centre, Bhubaneswar (@mcbbsr) April 30, 2024
ସାଢେ ୮ଟା ସୁଦ୍ଧା ୩୮ ଡିଗ୍ରୀ ଟପିଲା ତାପମାତ୍ରା। ୩୮.୪ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ତାଳଚେରରେ ୩୭.୮, ବାଲେଶ୍ଵରରେ ୩୬.୬, କେନ୍ଦୁଝରରେ ୩୬.୪, କଟକରେ ୩୫.୮, ଭଦ୍ରକ ଓ ରାଉରକେଲାରେ ୩୫ ଡିଗ୍ରୀ , ଭବାନୀପାଟଣାରେ ୩୪.୮ , ଭୁବନେଶ୍ଵର ଓ ଝାରସୁଗୁଡାରେ ୩୪.୬ ଡିଗ୍ରୀ, ହୀରାକୁଦରେ ୩୪.୪, ଚାନ୍ଦବାଲିରେ ୩୪.୨ , ବଲାଙ୍ଗୀରରେ ୩୪ ଡିଗ୍ରୀ , କେନ୍ଦ୍ରାପଡା ଓ ଅନୁଗୁଳରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
Comments are closed.