ଆର୍ନ୍ତଜାତୀୟ ମାର୍ଷ୍ଟସ ସନ୍ତରଣ ପ୍ରତିଯୋଗୀତାରେ ଓଡ଼ିଶାକୁ ସଫଳତା  

ସମ୍ବଲପୁର : ସିଙ୍ଗାପୁର ଠାରେ ଅନୁଷ୍ଠିତ ଆର୍ନ୍ତଜାତୀୟ ମାର୍ଷ୍ଟସ ଓପନ ସୁଇମିଙ୍ଗ ମିଟ ୨୦୧୯ରେ ଓଡିଶାର ସନ୍ତରଣବିତ ମାନେ  ଶନିବାର ସଫଳତା ଅର୍ଜନ କରିଛନ୍ତି। ଏହି ୧ ଦିନିଆ ପ୍ରତିଯୋଗୀତାରେ ଓଡିଶା ମାର୍ଷ୍ଟସ ସୁଇମରସ କ୍ଲବ, ସମ୍ବଲପୁରର ତିନି ଜଣ ସଦସ୍ୟ ପ୍ରେମ ରଞ୍ଜନ ପ୍ରଧାନ, ହରେକୃଷ୍ଣ ପଣ୍ଡା ଓ ନାରାୟାଣ ପଣ୍ଡା ରାଜ୍ୟ ତରଫରୁ ଭାରତକୁ ପ୍ରତିନିଧିତ୍ୱ କରିଥିଲେ। ମାର୍ଷ୍ଟସ ସନ୍ତରଣବିତ ପ୍ରେମ ରଞ୍ଜନ ପ୍ରଧାନ ୬୫ ବର୍ଷରୁ ଉର୍ଦ୍ଧ ବର୍ଗର ୫୦ ଓ ୧୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକ ପ୍ରତିଯୋଗୀତାରେ ଯଥାକ୍ରମେ ବ୍ରୋଞ୍ଜ ଓ ରୌପ୍ୟ ପଦକ ହାସଲ କରିଛନ୍ତି। ସେହିଭଳି ୫୦ ମିଟର ବେକ ଷ୍ଟ୍ରୋକ ପ୍ରତିଯୋଗୀତାରେ ହରେକୃଷ୍ଣ ପଣ୍ଡା ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ୭୦ ବର୍ଷରୁ ଉର୍ଦ୍ଧ ବର୍ଗରେ ନାରାୟଣ ପଣ୍ଡା ୫୦ ମିଟର ଫ୍ରିଷ୍ଟାଇଲରେ ରୌପ୍ୟ ଓ ୫୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ ରୌପ୍ୟ ପଦକ ଅର୍ଜନ କରିଛନ୍ତି। ଏହି ତିନି ଜଣ ପ୍ରତିଯୋଗୀ ସମୁଦାୟ ୫ଟି ପଦକ ଲାଭ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି। ସମସ୍ତ କୃତୀ ସନ୍ତରଣବିତ ମାନଙ୍କୁ ଓଡିଶା ମାର୍ଷ୍ଟସ ସୁଇମର୍ସ କ୍ଲବର ସମ୍ପାଦକ ଓ ସଦସ୍ୟ, ଜିଲା ସନ୍ତରଣ ସଂଘର ସମ୍ପାଦକ ଓ ସଦସ୍ୟ ଏବଂ ଓଡିଶା ରାଜ୍ୟ ସନ୍ତରଣ ସଂଘର ସମ୍ପାଦକ ଓ ସଦସ୍ୟ ମାନଙ୍କ ସମେତ ଆର୍ନ୍ତଜାତୀୟ ମାର୍ଷ୍ଟସ କ୍ରିଡାବିତ ତଥା ଜାତୀୟ ମାଷ୍ଟର ସନ୍ତରଣବିତ ସୁନ୍ଦରମଣି ବାରିକ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

kalyan agarbati

Comments are closed.