www.samajalive.in
Sunday, December 14, 2025
17.1 C
Bhubaneswar

ବିଶ୍ୱଶାନ୍ତି ମହାଯଜ୍ଞ

ସମ୍ବଲପୁର : ସମ୍ବଲପୁରର ଭତରା ସ୍ଥିତ ଶଙ୍କରମଠ ଠାରେ ଶ୍ରୀ ଆଞ୍ଚଳିକ ଗୋପାଲଜୀ ପଣ୍ଡିତ ମହାସଭା ତଥା ବ୍ରହ୍ମ ପଣ୍ଡିତ ମହାସଭାର ପଣ୍ଡିତ ମାନଙ୍କ ମିଳିତ ପ୍ରୟାସରେ ବିଶ୍ୱ ଶାନ୍ତି ଯଜ୍ଞ ଆୟୋଜିତ ହୋଇଯାଇଛି। ବୁଧବାର ଯଜ୍ଞରେ ୨୧ ଯୋଡା ଯଜମାନ ଯଜ୍ଞ କୁଣ୍ଡରେ ବିଶ୍ୱ ଶାନ୍ତି ପାଇଁ ଆହୁତି ପ୍ରଦାନ କରିଥିଲେ। ସକାଳ ୮ଟାରୁ ଅପରାହ୍ଣ ପର୍ଯ୍ୟନ୍ତ ମନ୍ତ୍ରୋଚାରଣ ଓ ଆହୂତି ସହିତ ଆୟୋଜିତ ଏହି ବିଶ୍ୱ ଶାନ୍ତି ମହାଯଜ୍ଞ କାର୍ଯ୍ୟ ପୂର୍ଣ୍ଣାହୁତି ସହିତ ସମ୍ପନ୍ନ ହୋଇଥିଲା। ଆଗାମୀ ଦିନରେ ଆଞ୍ଚଳିକ ଗୋପାଳଜୀ ପଣ୍ଡିତ ମହାସଭା ଓ ବ୍ରହ୍ମପଣ୍ଡିତ ମହାସଭା ଆଗାମୀ ଦିନରେ ଚଣ୍ଡିପାଠ, ଭାଗବତ ପରାୟଣ, ପୁରଣା ପାଠ, ଯଜ୍ଞ କାର୍ଯ୍ୟ ସହ ସମାଜକୁ ନୂତନ ଦିଗଦର୍ଶନ ଦେବା ପାଇଁ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଗୁଡିକ ଆୟୋଜନ କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଦିଗରେ ଅଗ୍ରସର ହେବ ବୋଲି ସୂଚନା ପ୍ରଦାନ କରାଯାଇଛି। ଏହି ଧାର୍ମିକ ମହାଯଜ୍ଞ କାର୍ଯ୍ୟକୁ ପଣ୍ଡିତ ରବି ନାରାୟଣ ପଣ୍ଡା, ବଂଶୀଧର ମିଶ୍ର, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ରାଜେଶ ମିଶ୍ର, ପଣ୍ଡିତ ଅମରନାଥ ମିଶ୍ର ପ୍ରମୁଖ ଆୟୋଜନ ଓ ପରିଚାଳନାରେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories