www.samajalive.in
Monday, December 15, 2025
16.1 C
Bhubaneswar

କାହିଁକି ଜୟା ବଚ୍ଚନଙ୍କୁ ବାରମ୍ବାର ରାଜ୍ୟସଭା ପଠାଉଛି ସମାଜବାଦୀ ପାର୍ଟି

ନୂଆଦିଲ୍ଲୀ: ପୁଣି ଥରେ ଜୟା ବଚ୍ଚନ ରାଜ୍ୟସଭାକୁ ନିର୍ବାଚିତ ହେବାକୁ ଯାଉଛନ୍ତି। ସମାଜବାଦୀ ପାର୍ଟି ପକ୍ଷରୁ ତାଙ୍କୁ ୫ମ ଥର ପାଇଁ ପ୍ରାର୍ଥୀ କରାଯାଇଛି। ତେବେ ଜୟାଙ୍କ ପ୍ରାର୍ଥୀତ୍ୱକୁ ନେଇ ନିଜ ଦଳର ନେତା ମାନେ ଆଲୋଚନା କରୁଛନ୍ତି। ଜୟାଙ୍କ ପାଖରେ ଏଭଳି କଣ ରହିଛି ଯାହା ଦ୍ୱାରା ପାର୍ଟି ତାଙ୍କୁ ଲଗାତାର ରାଜ୍ୟସଭା ପଠାଉଛି। ଦଳରେ ବହୁ ବରିଷ୍ଠ ନେତା ଓ କର୍ମୀ ଥିଲେ ମଧ୍ୟ ସେମାନଙ୍କୁ ଅଣଦେଖା କରି ଜୟାଙ୍କୁ ବାରମ୍ବାର ରାଜ୍ୟସଭା ପଠାଯିବା ନେଇ ପ୍ରଶ୍ନ ଉଠିଛି। ଦଳର ଶୀର୍ଷ ନେତାଙ୍କୁ ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ କର୍ମୀ ମାନେ ଖୁବ ସମାଲୋଚନା କରୁଛନ୍ତି।
ଦଳରୁ ପଲ୍ଲବୀ ପଟେଲ ପ୍ରଥମେ ବିରୋଧର ସ୍ୱର ଉଠାଇଥିଲେ। ପଲ୍ଲବୀ ସମାଜବାଦୀ ପାର୍ଟିର ବିଧାୟକ ଅଛନ୍ତି। ହେଲେ ତାଙ୍କ ଦଳ ‘ଆପନା ଦଲ୍‍’ ରାଜ୍ୟସଭାକୁ ନେଇ ନିଜ ପକ୍ଷ ସ୍ପଷ୍ଟ କରିଛି। ରାଜ୍ୟସଭା ପ୍ରାର୍ଥୀ ଆଲୋକ ରଙ୍ଗନ ଓ ଜୟା ବଚ୍ଚନଙ୍କୁ ସମର୍ଥନ ନଦେବାକୁ ଦଳ ସ୍ପଷ୍ଟ କରିସାରିଛି। ଏଠାରେ ପ୍ରଶ୍ନ ଉଠୁଛି ଯେ ଦଳରେ ଏତେ ବିରୋଧ ସତ୍ୱେ ଜୟାଙ୍କୁ କାହିଁକି ରାଜ୍ୟସଭା ପଠାଉଛି ସମାଜବାଦୀ ପାର୍ଟି। ଏହା ପଛରେ କିଛି କାରଣ ଥିବା ଆଲୋଚନା ହେଉଛି।
ପ୍ରଥମ କାରଣ ହେଲା ଯାଦବ ପରିବାର ସହ ତାଙ୍କର ଘନିଷ୍ଠତା। ମୁଲାୟମଙ୍କ ପରିବର ସହ ଜୟାଙ୍କର ପାରିବାରିକ ସମ୍ପର୍କ ବେଶ ମଜବୁତ। ମୁଲାୟମ ସିଂହ ଯାଦବ ଚତୁର୍ଥ ଥର ଜୟାଙ୍କୁ ରାଜ୍ୟସଭା ପଠାଇଥିବା ବେଳେ ଏବେ ଅଖିଳେଶ ଯାଦବ ୫ମ ଥର ତାଙ୍କୁ ରାଜ୍ୟସଭା ପଠାଉଛନ୍ତି।rajya-sabha
ଦ୍ୱିତୀୟ କାରଣ ହେଉଛି ଡିମ୍ପଲ ଯାଦବଙ୍କର ପ୍ରିୟ ହେଲେ ଜୟା ବଚ୍ଚନ। ସଂସଦରେ ଉଭୟଙ୍କ ଯୋଡି ବହୁତ ଭଲ। ଡିମ୍ପଲଙ୍କ ପରେ ରାମଗୋପାଳ ଯାଦବ ବି ଜୟାଙ୍କୁ ପସନ୍ଦ କରିବା ସହ ତାଙ୍କ ସପକ୍ଷରେ ରହିଥାନ୍ତି।
ତୃତୀୟରେ ସବୁଠାରୁ ବଡ କାରଣ ହେଲା ଜୟା ଆସୁଥିବା ସମୁଦାୟ ଉତ୍ତର ପ୍ରଦେଶରେ ପ୍ରାୟ ଅଧା। ଜୟାଙ୍କୁ ରାଜ୍ୟସଭା ପଠାଇ ଏହି ଜାତିର ପ୍ରତିନିଧିତ୍ୱ ସମାଜବାଦୀ ପାର୍ଟି କରୁଛି ବୋଲି ଦେଖାଇବାକୁ ଚାହେଁ। ରାଜ୍ୟସଭାରେ ଦଳର ପ୍ରମୁଖ ଚେହେରା ହୋଇଛନ୍ତି ଜୟା ବଚ୍ଚନ।
୪ର୍ଥରେ ଜୟା ବଚ୍ଚନ ସେଲିବ୍ରେଟି ଓ ବିଗ୍‍ ବିଙ୍କ ପତ୍ନୀ ହୋଇଥିବାରୁ ଦଳ ପାଇଁ ସେ ପ୍ରମୁଖ ଚେହେରା। ବିଚାରଧାରାକୁ ଉଦ୍ଧ୍ୱର୍ରେ ରଖି ଦଳ ଭିତରେ କଳା ଓ ସଂସ୍କୃତିର ପ୍ରତିନିଧିତ୍ୱ କରନ୍ତି।
୫ମରେ ଜୟା କେବେ ହେଲେ ଦଳର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରନ୍ତି ନାହିଁ। ସଂଗଠନ ହେଉକି ଟିକେଟ ବଣ୍ଟନ କେବେ କେଉଁଥିରେ ପ୍ରଶ୍ନ ଉଠାନ୍ତି ନାହିଁ। ଜୟାଙ୍କୁ ଦଳର ଶୃଙ୍ଖଳିତ କର୍ମୀ ଭାବେ ଦଳ ଯାହା ନିଷ୍ପତି ଓ ଦାୟିତ୍ୱ ଦେଇଥାଏ ତାହାକୁ ପାଳନ କରିଥାନ୍ତି।
ଏହାସହିତ ମହିଳାଙ୍କ ଲାଗି ସ୍ୱର ଉଠାଇଥାନ୍ତି ଜୟା। ଏଥିପାଇଁ ଦଳ ତାଙ୍କୁ ବାରମ୍ବାର ରାଜ୍ୟସଭା ପଠାଉଥିବା କୁହାଯାଇଛି।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories