www.samajalive.in
Sunday, December 7, 2025
26.1 C
Bhubaneswar

ଅଧିକ ଟଙ୍କାର ପାର୍କିଂ ରସିଦ୍ କାଟି ବନ୍ଧା ହେଲେ କର୍ମଚାରୀ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ସାଧାରଣ ଲୋକମାନେ ହାପୁରର ଏସପି ଅଭିଶେକ ବର୍ମାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି। ରିପୋର୍ଟ ମୂତାବକ ଶନିବାର ଅଭିଶେକ ଏକ କାରରେ ସାଦା ପୋଷାକରେ ହଠାତ୍ ଯାଇ ଗଢମୁକ୍ତେଶ୍ୱରର ବ୍ରଜଘାଟରେ ପହଞ୍ଚିଥିଲେ। ଏହି ସମୟରେ କାରରେ ଏକ ଘରୋଇ କ୍ୟାମେରା ଲଗାଯାଇଥିଲା। ଯେତେବେଳେ ସେଠାରେ ଥିବା ପାର୍କିଂରେ ରସିଦ୍ କଟାଇଲେ, ତାହା ପାର୍କିଂ ପଇସାଠାରୁ ଅଧିକ ଥିଲା। ଯେତେବେଳେ ସେ ସାଧାରଣ ଲୋକଙ୍କ ଭଳି ଏହାକୁ ବିରୋଧ କରିବା ଆରମ୍ଭ କଲେ, ସେତେବେଳେ ପାର୍କିଂରେ କାମ କରୁଥିବା ବ୍ୟକ୍ତି ଜଣକ ତାଙ୍କୁ ନିୟମ ମାନିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାର ପୁରା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫେବୃଆରୀ ୨୪ରେ ସଚିନ୍ ଗୁପ୍ତା ନାମକ ଜଣେ ବ୍ୟକ୍ତି ଏକ୍ସରେ ଏହି ଭିଡିଓଟିକୁ ପୋଷ୍ଟ କରିଥିଲେ। ସେ କ୍ୟାପସନରେ ଲେଖିଛନ୍ତି ଅଭିଶେକ ବର୍ମା ହାପୁର ଜିଲ୍ଲାର ଏସପି। ସେ ହଠାତ୍ ଘରୋଇ କାରରେ ଯାଇ ହଠାତ୍ ବ୍ରଜଘାଟରେ ପହଞ୍ଚିଥିଲେ। ପାର୍କିଂ ରସିଦରେ ୫୩ ଟଙ୍କା ଲେଖାଯାଇଥିଲା। କିନ୍ତୁ ୬୦ ଟଙ୍କା ଆଦାୟ କରାଯାଉଥିଲା। ଏସପି ଏହାକୁ ବିରୋଧ କରିବାରୁ ପାର୍କିଂରେ କାମ କରୁଥିବା ବ୍ୟକ୍ତି ଜଣଙ୍କ ତାଙ୍କୁ ନିୟମ ମାନିବାକୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ପାର୍କିଂ କର୍ମଚାରୀ ଜଣଙ୍କୁ ଗିରଫ କରାଯାଇଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories