www.samajalive.in
Sunday, December 7, 2025
26.1 C
Bhubaneswar

ଦେଶର ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ, କଳିଙ୍ଗ ରେଜିମେଣ୍ଟ ପ୍ରତିଷ୍ଠା ପାଇଁ ଦାବି : ସମାଜବାଦୀ ପାର୍ଟି

ଭୁବନେଶ୍ୱର : ଦେଶର ୧୫ତମ ରାଷ୍ଟ୍ରପତି ଭାବରେ ଆଜି ଶପଥ ଗ୍ରହଣ କରିଥିବା ପ୍ରଥମ ଓଡ଼ିଆ ତଥା ପ୍ରଥମ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ସମାଜବାଦୀ ପାର୍ଟି ପକ୍ଷରୁ ଗଭୀର ଅଭିନନ୍ଦନ ଜ୍ଞାପନ କରାଯାଇଛି। ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏକ ପତ୍ର ମାଧ୍ୟମରେ ଶ୍ରୀମତୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ଦେଶର ସୈନ୍ୟବାହିନୀଙ୍କ ସର୍ବୋଚ୍ଚ ମୁଖ୍ୟ ଭାବରେ ସେ ଦାୟିତ୍ୱ ନେଇଥିବାରୁ ଶ୍ରୀ ବେହେରା ଏହି ଅବସରରେ ନିବେଦନ କରିଛନ୍ତି। ଏହି ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ, ଦେଶର ୮୩ ପ୍ରତିଶତ ସୈନିକ ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ ଓ ମହାରାଷ୍ଟ୍ର ଆଦି ପ୍ରଦେଶରୁ। ସେନାବାହିନୀରେ ଓଡ଼ିଆଙ୍କର ଅଂଶଗ୍ରହଣ ମାତ୍ର ୩ ପ୍ରତିଶତ। ଏହାକୁ ଆଖି ଆଗରେ ରଖି ଓଡ଼ିଆ ଯୁବକ ଯୁବତୀମାନଙ୍କୁ ସେନାବାହିନୀରେ ଅଧିକରୁ ଅଧିକ ନିଯୁକ୍ତି ଦେବାକୁ ହେଲେ ବିହାର ରେଜିମେଣ୍ଟ, ଗୁର୍ଖା ରେଜିମେଣ୍ଟ, କୁମାୟୁ ରେଜିମେଣ୍ଟ ଭଳି ‘କଳିଙ୍ଗ ରେଜିମେଣ୍ଟ’ ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି। ଆଜି ପ୍ରତି ଓଡ଼ିଆଙ୍କ ପାଖରେ ଏକ ସୁଯୋଗ ଜୁଟିଛି ଯେ, ଦେଶର ସ୍ୱାଧୀନତାର ୭୫ ବର୍ଷ ପରେ ପ୍ରଥମଥର ପାଇଁ ଜଣେ ଓଡ଼ିଆ ରାଷ୍ଟ୍ରପତି ହେବା ସଙ୍ଗେ ସଙ୍ଗେ ସେନାର ସର୍ବୋଚ୍ଚ ପଦବୀ ମଣ୍ଡନ କରିଛନ୍ତି। ତେଣୁ ମ୍ୟାଡ଼ମ ଦ୍ରୌପଦୀ ମୁର୍ମୁ ସେନାର ସର୍ବୋଚ୍ଚ ମୁଖ୍ୟ ଭାବରେ ଓଡ଼ିଆ ଜାତିର ବହୁଦିନର ଦାବି ଆମ ସେନାବାହିନୀରେ ଓଡ଼ିଆ ଯୁବକ ଯୁବତୀଙ୍କର ବହୁଳ ଅଂଶଗ୍ରହଣକୁ ଆଗାମୀ ଦିନରେ ଆଖି ଆଗରେ ରଖି ‘କଳିଙ୍ଗ ରେଜିମେଣ୍ଟ’ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେବେ।

ଓଡ଼ିଶା ବିଧାନସଭା ମଧ୍ୟ କଳିଙ୍ଗ ରେଜିମେଣ୍ଟ ପ୍ରତିଷ୍ଠା ପାଇଁ ଏକ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗ୍ରହଣ କରି ମ୍ୟାଡ଼ମ ରାଷ୍ଟ୍ରପତିଙ୍କ ପାଖକୁ ପଠାଇବାକୁ ସେ ମାନ୍ୟବର ବିଧାୟକମାନଙ୍କୁ ଓ ବାଚସ୍ପତି ମହୋଦୟଙ୍କୁ ଅନୁରୋଧ କରିଛନ୍ତି। ସେହିଭଳି ରାଜ୍ୟର ସାଂସଦମାନେ ମଧ୍ୟ ଦଳମତ ନିର୍ବିଶେଷରେ କଳିଙ୍ଗ ରେଜିମେଣ୍ଟ ପ୍ରତିଷ୍ଠା ପାଇଁ ରାଷ୍ଟ୍ରପତି ମହୋଦୟଙ୍କୁ ଅନୁରୋଧ କରିବାକୁ ଶ୍ରୀ ବେହେରା ସାଂସଦମାନଙ୍କୁ ମଧ୍ୟ ନିବେଦନ କରିଛନ୍ତି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories