www.samajalive.in
Monday, December 15, 2025
16.1 C
Bhubaneswar

’ସମାଜ’ ପୋର୍ଟାଲର ପ୍ରଭାବ : ତରକମୁଣ୍ଡାରେ ଲାଗିଲା ନୂଆ ଟ୍ରାନ୍ସଫରମର

ଗୁଡଭେଲା : ବଡତରକମୁଣ୍ଡାରେ ଲାଗିଲା ନୂଆ ଟ୍ରାନ୍ସଫର୍ମର। ଗତ ୭ ତାରିଖରେ ‘ସମାଜ’ ପୋର୍ଟାଲରେ ଖବର ପ୍ରସାରଣ ହେବା ପରେ ବୁଧବାର ଦିନ ଏହି ନୂଆ ଟ୍ରାନ୍ସଫରମର୍ ଲାଗିଛି ।
ସୂଚନାଯୋଗ୍ୟ ଯେ, ଗୁଡ଼ଭେଲା ବ୍ଳକ ବିରାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବଡତରକମୁଣ୍ଡା ଗାଁରେ ଥିବା ବିଦ୍ବୁତ ଟ୍ରାନ୍ସଫରମର୍ ପୋଡିଯିବାରୁ ତିନି ମାସ ହେଲା ଲୋକେ ଅନ୍ଧାରରେ ଜୀବନ ବିତାଉଥିଲେ । ଏହି ଟ୍ରାନସଫମର୍ ଉପରେ  ଗାଁର ପ୍ରାୟ ୪୦ ରୁ ୫୦ ପରିବାର ନିର୍ଭର କରନ୍ତି । ଗତ ବର୍ଷା ସମୟରେ  ବିଜୁଳି ଓ ବଜ୍ରପାତ ଯୋଗୁ ଟ୍ରାନ୍ସଫରମର ପୋଡି ଯିବାର ତିନି ମାସ ବିତିଯାଇଥିଲେ ମଧ୍ୟ ଟ୍ରାନ୍ସଫରମର୍ ଲଗାଯାଇ ନଥିଲା । ଯାହା ଦ୍ୱାରା ଗାଁର ଲୋକେ ନାହିଁ ନ ଥିବାର ଅସୁବିଧା ସମ୍ମୁଖୀନ ହେଉଥିଲେ । ଗତ ୭ ତାରିଖରେ ସମାଜ ‘ସମାଜ’ରେ ଖବର ପ୍ରକାଶ ହେବା ପରେ ତୁଷୁରା ବିଦ୍ୟୁତ ବିଭାଗର ତତ୍ପରତା ପ୍ରକାଶ ପାଇଥିଲା। ବୁଧବାର ଦିନ ନୂତନ ଟ୍ରାନ୍ସଫରମର୍ ଲଗାଯିବା ପରେ ବଡ଼ତରକମୁଣ୍ଡା ଗାଁର ଲୋକେ ‘ସମାଜ’ ପୋର୍ଟାଲକୁ ଭୁରି ଭୁରି ପ୍ରସଂଶା କରିବା ସହ ଧନ୍ୟବାଦ ଦେଇଥିଲେ ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories