Patra electronics

ପଞ୍ଚାୟତରାଜ ମନ୍ତ୍ରୀଙ୍କୁ ନିଜ ବ୍ଲକରେ ଭବ୍ୟ ସମ୍ବର୍ଦ୍ଧନା

ବୌଦ୍ଧ: ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ ଓ ପରିବେଶ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦିପ୍‍ କୁମାର ଅମାତଙ୍କୁ ନିଜସ୍ୱ ବ୍ଲକ ବୌଦ୍ଧ ପଞ୍ଚାୟତ ସମିତି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପ୍ରଥମେ ମୁର୍ଷୁଣ୍ଢି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବା ପରେ ସେଠାରୁ ବିଶାଳ ଶୋଭାଯାତ୍ରାରେ ବୌଦ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ପାଛୋଟି ନିଆଯାଇଥିଲା। କାର୍ଯ୍ୟାଳୟ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମନ୍ତ୍ରୀ ଶ୍ରୀ ଅମାତଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଏହି ସଭାରେ ପଞ୍ଚାୟତ ସମିତିର ସମସ୍ତ ଗ୍ରାମପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ୱାର୍ଡସଭ୍ୟ, ସିଡିପିଓ, ଅଙ୍ଗନବାଡି କର୍ମୀ ଓ ଗ୍ରାମବାସୀମାନେ ଯୋଗଦେଇ ମନ୍ତ୍ରୀଙ୍କୁ ଶୁଭେଛା ଜଣାଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଅମାତ ନିଜସ୍ୱ ବ୍ଲକରେ ପ୍ରଥମେ ସମ୍ବର୍ଦ୍ଧିତ ହୋଇଥିବାରୁ ଖୁସିବ୍ୟକ୍ତ କରିଥିଲେ ଏବଂ ନିଜସ୍ୱ ବ୍ଲକକୁ ସବୁ କ୍ଷେତ୍ରରେ ପ୍ରାଥମିକତା ଦେବେ ବୋଲି ପ୍ରକାଶ କରିଥିଲେ। ପଞ୍ଚାୟତିରାଜ ପ୍ରତିନିଧିମାନେ ଗ୍ରାମକୁ ଗ୍ରାମ ବୁଲି ଲୋକଙ୍କ ସୁବିଧା ଅସୁବିଧା ବୁଝି ତାହାର ସମାଧାନ କରିବାକୁ ମନ୍ତ୍ରୀ ଶ୍ରୀ ଅମାତ ପରାମର୍ଶ ଦେଇଥିଲେ। ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶି ପ୍ରତ୍ୟୁଷ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନି କୁମାର ମେହେର, ବ୍ଲକ ଉପାଧ୍ୟକ୍ଷ ପାନେଶ୍ୱରୀ ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ। ସଭାରେ ଭାରପ୍ରାପ୍ତ ବିଡିଓ ବିଜୟ କୁମାର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏବିଡିଓ ପ୍ରମୋଦ କୁମାର ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ସହକାରୀ ଯନ୍ତ୍ରୀ ଲକ୍ଷ୍ମୀଧର ସିଂହ ଏବଂ ଉପ ବିଭାଗ ଅଧିକାରୀ ବୁଲୁ ପାଢି ଓ ବ୍ଲକ ସାମାଜିକ ସୂରକ୍ଷା ଅଧିକାରୀ ସାନନ୍ଦ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।

Comments are closed.