www.samajalive.in
Sunday, December 7, 2025
18.1 C
Bhubaneswar

ଚମ୍ପାଦେଇପୁରରେ ସମାଜ ମଙ୍ଗଳ ଯୋଜନାର ଆବେଦନ ଶିବିର

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକର ବିଭିନ୍ନ ଗାଁରେ ଆଜି ମଧ୍ୟ ଅନେକ ଲୋକ ସରକାରଙ୍କ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ରହିଛନ୍ତି।ଅନେକ ବୃଦ୍ଧ ବୃଦ୍ଧା, ବିକଳାଙ୍ଗ ଓ ବିଧବା ଭତ୍ତା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ସଚେତନ ଅଭାବରୁ ସେମାନେ ଏହି ସୁବିଧା ସୁଯୋଗରୁ ବଞ୍ଚିତ ରହୁଛନ୍ତି। କାହାକୁ ଅଭିଯୋଗ କରିବେ, କେମିତି ଆବେଦନ କରାଯିବ ତାହା ସେମାନେ ଜାଣି ପାରୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଲାଞ୍ଜିଗଡର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ପ୍ରଦାନ” ପକ୍ଷରୁ ଆଜି ଲାଞ୍ଜିଗଡ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ପରିସରରେ ଏକ ପଞ୍ଚାୟତସ୍ତରୀୟ ସମାଜ ମଙ୍ଗଳ ଯୋଜନାରେ ଆବେଦନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ପଞ୍ଚାୟତରେ ଯେଉଁମାନେ ଏ ପର୍ଯ୍ୟନ୍ତ ଭତ୍ତା କିମ୍ବା ରେସନ କାର୍ଡ ପାଇନାହାନ୍ତି ସେମାନେ ଆବେଦନ କରିପାରିବେ। ଚମ୍ପାଦେଇପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ସାହୁଙ୍କ ତତ୍ୱାବଧାନରେ ହୋଇଥିବା ଏହି ଶିବିରରେ ପ୍ରଦାନ ସଂସ୍ଥାର ବ୍ଲକ କୋଡିନେଟର ଦିବ୍ୟ ରଞ୍ଜନ ଯୋଶୀ, ସୋସିଆଲ ମୋଭିଲାଇଜର ମଧୁସୂଦନ ବାଗ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପଞ୍ଚାୟତ ସ୍ତରରେ ବିଧବା ଭତ୍ତା, ଦିବ୍ୟାଙ୍ଗ ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ଏବଂ ପିଡ଼ିଏସ ଚାଉଳ ପାଇ ନ ଥିବା ଲୋକମାନଙ୍କ ଡକୁମେଣ୍ଟ ସଂଗ୍ରହ କରାଯାଇ ଥିଲା ଓ ଭତ୍ତା ପାଇଁ ୨୦ଜଣ ଆବେଦନ କରିଥିବାବେଳେ ରେସନ କାର୍ଡ ପାଇଁ ୨୫ ଜଣ ଆବେଦନ କରିଥିଲେ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories