www.samajalive.in
Monday, December 15, 2025
27.1 C
Bhubaneswar

ସମାଜ ପ୍ରଭାବ – ଅସହାୟ ରୋଗାକ୍ରାନ୍ତ ମହିଳାଙ୍କୁ ପ୍ରଶାସନର ଚିକିତ୍ସା ସହାୟତା

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅର୍ନ୍ତଗତ ବୁକେଶିଙ୍ଗା ଗ୍ରାମର ବିଭୁତୀ ଦେହୁରୀଙ୍କ ଗର୍ଭବତୀ ପତ୍ନୀ ସନ୍ତୋଷିନୀ ଦେହୁରୀ ରୋଗାକ୍ରାନ୍ତ ଯୋଗୁଁ ଗତକିଛିଦିନ ତଳେ ବୁର୍ଲ୍ଲା ମେଡିକାଲରେ ଚିକିତ୍ସିତ ପାଇଁ ଭର୍ତ୍ତି ହୋଇଥିଲେ। ସେଠାରେ କିଛିଦିନ ଚିକିତ୍ସା ପରେ ଅର୍ଥାଭାବରୁ ମେଡିକାଲରୁ ଘରକୁ ଫେରିଆସି ଅସହାୟ ଅବସ୍ଥାରେ ଘରେ ପଡିରହିଥିଲେ। ଏଭଳି ଏକ ଶୀର୍ଷକ ଖବର ୨୫ତାରିଖ ସମାଜରେ ପ୍ରକାଶ ପାଇଥିଲା। ଖବର ପ୍ରକାଶିତ ପରେ ବ୍ଲକ ପ୍ରଶାସନ ଏବଂ ହରଭଙ୍ଗା ମେଡିକାଲ ଟିମ ପକ୍ଷରୁ ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା, ହରଭଙ୍ଗା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶ୍ରୀମନ୍ତ ସ୍ୱାଇଁ , ହରଭଙ୍ଗା ସଂରପଚ ସୁମଞି ଲାଲ, ପିଇଓ ଜଗଦୀଶ ମଲ୍ଲିକ, ଅଙ୍ଗନଓାର୍ଡୀ ସୁପରଫାଇଜର ଦିପ୍ତୀମୟୀ ପୃଷ୍ଟି ପାରାମେଡିକାଲ ଷ୍ଟାଫ ଉକ୍ତ ମହିଳାଙ୍କ ଘରେ ପଂହଚି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପରଖିଥିଲେ। ବି.ଡି.ଓ ରେଡକ୍ରସ ପାଣ୍ଠିରୁ ମହିଳାଙ୍କ ଚିକିତ୍ସା ପାଇଁ ୧୦ହଜାର ଟଙ୍କା ଆର୍ଥୀକ ସହାୟତା ଯୋଗାଇବା ସହିତ ଡାକ୍ତରଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ସଙ୍ଗେ ସଙ୍ଗେ ବୁର୍ଲା ମେଡିକାଲରେ ଚିକିତ୍ସା ପାଇଁ ପଠାଯାଇଥିବା ଜଣାପଡିଛି। ଜଣେ ଅସହାୟ ରୋଗାକ୍ରାନ୍ତ ମହିଳାଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ସହଯୋଗକୁ ଗ୍ରାମବାସୀ ସାଧୁବାଦ ଜଣାଇଛନ୍ତି।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories