ସଡକ ଦୁର୍ଘଟଣାରେ ସମାଜ ପ୍ରତିନିଧିଙ୍କ ଦେହାନ୍ତ

0

ରାଉଲକେଲା: ଏକ ସଡକ ଦୁର୍ଘଟଣାରେ ଦୈନିକ ଖବରକାଗଜ ‘ସମାଜ’ର ପ୍ରତିନିଧି ସଂଜୟ ରାଉଳଙ୍କ ମୁତ୍ୟୁ ଘଟିଛି। ସଂଜୟ ଓ ତାଙ୍କ ଝିଅ ଏକ କାରରେ ଯାଉଥିବା ବେଳେ ରାଉଲକେଲାର କୁଉାଁରମୁଣ୍ଡା ନିକଟରେ ଏକ ଡମ୍ପର ସମ୍ମୁଖରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରୁ ସଙ୍ଗେ ସଙ୍ଗେ ଉଭୟଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସଂଜୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସଂଜୟଙ୍କ ଝିଅର ଅବସ୍ଥା ଗୁରୁତର ଥିବାରୁୁ ତାଙ୍କୁ ଆଇସିୟୁ ଭର୍ତ୍ତି ରଖାଯାଇଛି।

Leave A Reply