www.samajalive.in
Saturday, December 6, 2025
15.1 C
Bhubaneswar

‘ସମାଜ’ ରିଲିଫ କମିଟି ପକ୍ଷରୁ ରିଲିଫ ବଣ୍ଟନ

ବିଶୋଇ : ଗୁରୁବାର କୁଆ ପଥର ମାଡ଼ରେ ମୟୂରଭଞ୍ଜ ଜିଲା, ବିଶୋଇ ବ୍ଲକ ଅନ୍ତର୍ଗତ ଖଡମବେଡା ଓ ଯୋଡ଼ିଆ ପଞ୍ଚାୟତର ୧୧ଟି ଗ୍ରାମ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଶନିବାର ‘ସମାଜ’ ରିଲିଫ କମିଟି ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୩ଟି ଗ୍ରାମରେ ରିଲିଫ ପ୍ରଦାନ କରାଯାଇଯାଇଥିବାବେଳେ ରବିବାର ୮ଟି ଗ୍ରାମରେ ରିଲିଫ ବଣ୍ଟନ କରାଯାଇଛି। ‘ସମାଜ’ ରିଲିଫ କମିଟି ଅଧ୍ୟକ୍ଷ ଡ. ପ୍ରଭାସ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ରିଲିଫ ଦଳ ଆଜି ବିଶୋଇ ଠାରେ ପହଞ୍ଚି ବିଭିନ୍ନ ଅଞ୍ଚଳ ବୁଲି କ୍ଷତିଗ୍ରସ୍ତ ଲୋକଙ୍କ ସହିତ ମତ ବିନିମୟ କରିଥିଲେ। ଲଗାଣ ବର୍ଷା ଯୋଗୁଁ ମାଟି ଘରମାନଙ୍କରେ ଜମା ହୋଇଥିବା କୁଢ଼ କୁଢ଼ ଅଳିଆ ଯୋଗୁଁ ସେମାନେ ହଇରାଣ ​ହେଉଥିବା ଓ ସମସ୍ତ ଆସବାବପତ୍ର ଭିଜି ଯାଇଥିବାରୁ ଦୁର୍ଦ୍ଦଶା ବଢୁଥିବା ଅଭିଯୋଗ କରିଥିଲେ। ଆଜି ପୁଣ୍ଡିଦା, ଖଡମବେଡା, ଦେଓପଟା, ସାରସପଦା, ମୂଷାମାରୀ, ରାଜାବସା, କାଦପାନି ଆଦି ୮ଟି ଗ୍ରାମରେ ଶତାଧିକ ବ୍ୟକ୍ତିଙ୍କୁ ଚୁଡ଼ା, ଚିନି, ବିସ୍କୁଟ, ଗୁଣ୍ଡକ୍ଷୀର, ମହମବତି ସମ୍ବଳିତ ପୁଡ଼ିଆ ପ୍ରଦାନ କରାଯାଇଛି। ଏହି ଦଳରେ ରିଲିଫ କମିଟି ସଦସ୍ୟ ମହେଶ ମଲ୍ଲ, ସ୍ୱେଚ୍ଛାସେବୀ ନାରାୟଣ ମିଶ୍ର, ସାମ୍ବାଦିକ ଶାଶ୍ୱତ ଶର୍ମା, ଅବ୍ୟୟ କୁମାର ଶର୍ମା, ଫାର୍ମାସିଷ୍ଟ ଦୀପକ କୁମାର ଗନ୍ତାୟତ ପ୍ରମୁଖ ସାମିଲ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories