www.samajalive.in
Monday, December 15, 2025
16.1 C
Bhubaneswar

‘ସମାଜ’ ରିଲିଫ କମିଟି ପକ୍ଷରୁ ରିଲିଫ ବଣ୍ଟନ

ବିଶୋଇ : ଗୁରୁବାର କୁଆ ପଥର ମାଡ଼ରେ ମୟୂରଭଞ୍ଜ ଜିଲା, ବିଶୋଇ ବ୍ଲକ ଅନ୍ତର୍ଗତ ଖଡମବେଡା ଓ ଯୋଡ଼ିଆ ପଞ୍ଚାୟତର ୧୧ଟି ଗ୍ରାମ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଶନିବାର ‘ସମାଜ’ ରିଲିଫ କମିଟି ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୩ଟି ଗ୍ରାମରେ ରିଲିଫ ପ୍ରଦାନ କରାଯାଇଯାଇଥିବାବେଳେ ରବିବାର ୮ଟି ଗ୍ରାମରେ ରିଲିଫ ବଣ୍ଟନ କରାଯାଇଛି। ‘ସମାଜ’ ରିଲିଫ କମିଟି ଅଧ୍ୟକ୍ଷ ଡ. ପ୍ରଭାସ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ରିଲିଫ ଦଳ ଆଜି ବିଶୋଇ ଠାରେ ପହଞ୍ଚି ବିଭିନ୍ନ ଅଞ୍ଚଳ ବୁଲି କ୍ଷତିଗ୍ରସ୍ତ ଲୋକଙ୍କ ସହିତ ମତ ବିନିମୟ କରିଥିଲେ। ଲଗାଣ ବର୍ଷା ଯୋଗୁଁ ମାଟି ଘରମାନଙ୍କରେ ଜମା ହୋଇଥିବା କୁଢ଼ କୁଢ଼ ଅଳିଆ ଯୋଗୁଁ ସେମାନେ ହଇରାଣ ​ହେଉଥିବା ଓ ସମସ୍ତ ଆସବାବପତ୍ର ଭିଜି ଯାଇଥିବାରୁ ଦୁର୍ଦ୍ଦଶା ବଢୁଥିବା ଅଭିଯୋଗ କରିଥିଲେ। ଆଜି ପୁଣ୍ଡିଦା, ଖଡମବେଡା, ଦେଓପଟା, ସାରସପଦା, ମୂଷାମାରୀ, ରାଜାବସା, କାଦପାନି ଆଦି ୮ଟି ଗ୍ରାମରେ ଶତାଧିକ ବ୍ୟକ୍ତିଙ୍କୁ ଚୁଡ଼ା, ଚିନି, ବିସ୍କୁଟ, ଗୁଣ୍ଡକ୍ଷୀର, ମହମବତି ସମ୍ବଳିତ ପୁଡ଼ିଆ ପ୍ରଦାନ କରାଯାଇଛି। ଏହି ଦଳରେ ରିଲିଫ କମିଟି ସଦସ୍ୟ ମହେଶ ମଲ୍ଲ, ସ୍ୱେଚ୍ଛାସେବୀ ନାରାୟଣ ମିଶ୍ର, ସାମ୍ବାଦିକ ଶାଶ୍ୱତ ଶର୍ମା, ଅବ୍ୟୟ କୁମାର ଶର୍ମା, ଫାର୍ମାସିଷ୍ଟ ଦୀପକ କୁମାର ଗନ୍ତାୟତ ପ୍ରମୁଖ ସାମିଲ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories