www.samajalive.in
Saturday, December 6, 2025
15.1 C
Bhubaneswar

ବର୍ଷାଙ୍କ ବଞ୍ଚିବାର ରାହା ‘ସମାଜ’

ନୀଳଗିରି : ସ୍ୱପ୍ନ ତାଙ୍କର ଥିଲା ପାଠ ପଢ଼ିବି, ପାଠ ପଢ଼ାଇବି। କିନ୍ତୁ ଘରର ଆର୍ଥିକ ପରିସ୍ଥିତିରେ ସେ ଭାଙ୍ଗି ନପଡ଼ି ଆଗକୁ ବଢ଼ିଛନ୍ତି। ଆଉ ପ୍ରତିକୂଳ ପରିସ୍ଥିତିରେ ଜଣେ ଯୁବତୀଙ୍କ ପାଇଁ ସାହା ହୋଇଛି ଶତାୟୁ ‘ସମାଜ’। ବାଲେଶ୍ବର ଜିଲା, ନୀଳଗିରି ଏନଏସି ୫ନଂ ୱାର୍ଡ଼ ଅଧୀନ ଅମରେନ୍ଦ୍ର ବିଶ୍ୱାଳ ଓ ଗାୟତ୍ରୀ ବିଶ୍ୱାଳଙ୍କ କନ୍ୟା ବର୍ଷାରାଣୀ । ସମ୍ପ୍ରତି ସେ ପରିବାର ସହ ନୀଳଗିରି ସହର ଗୁଣ୍ଡିଚା ମନ୍ଦିର ସମ୍ମୁଖସ୍ଥ ଏକ ପୋଖରୀ ଆଡ଼ିରେ କୁଡ଼ିଆ କରି ରହୁଛନ୍ତି। ବାପାଙ୍କର ଏକ ଫଳ ଦୋକାନ ଥିଲା। କିନ୍ତୁ ପରିସ୍ଥିତି ଦୟନୀୟ ହେବା ଯୋଗୁଁ ଏବେ ଦୋକାନ ଏକ ପ୍ରକାର ବନ୍ଦ ହୋଇଯାଇଛି। ଏଣୁ ଉଚ୍ଚଶିକ୍ଷା ଲାଭ କରି ଶିକ୍ଷୟିତ୍ରୀ ଚାକିରି କରିବାକୁ ପିଲା ଦିନରୁ ସ୍ବପ୍ନ ଦେଖୁଥିବା ବର୍ଷାଙ୍କୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡ଼ିଛି। ଘରର ଆର୍ଥିକ ପରିସ୍ଥିତି ଖରାପ ଆଡ଼କୁ ଚାଲିବାରୁ ସେ ବାପାଙ୍କ ସହ ଖବର କାଗଜ ବିକି ପରିବାର ପ୍ରତିପୋଷଣ କରୁଛନ୍ତି। ପ୍ରତ୍ୟୁଷରେ ‘ସମାଜ’କୁ ଘରେ ଘରେ ପହଞ୍ଚାଇବାକୁ ପଣ କରି ସାଇକଲ ଏବଂ ଚାଲି ଚାଲି ପାଠକଙ୍କ ଘରେ ଖବରକାଗଜ ପହଞ୍ଚାଉଛନ୍ତି। ଶୀତ କି କାକର, ଖରା ହେଉ କି ବର୍ଷା; ବର୍ଷାରାଣୀ କିନ୍ତୁ ସେସବୁ ଖାତିର ନକରି ନିଜ କର୍ତ୍ତବ୍ୟ କରି ଚାଲିଛନ୍ତି। ଖବର କାଗଜ ବାଣ୍ଟି ଯାହା ଅର୍ଥ ରୋଜଗାର କରନ୍ତି ସେଥିରେ ସେ ବହି ଖାତା କିଣା, ଟ୍ୟୁସନ ଖର୍ଚ୍ଚ, ପାଠପଢ଼ା ଖର୍ଚ୍ଚ ଉଠାଇ ଘରକୁ ସଉଦାପତ୍ର ମଧ୍ୟ ଆଣି ଦିଅନ୍ତି। ବର୍ଷାରାଣୀ କହନ୍ତି, ବୃତ୍ତିରେ କୌଣସି ଲଜ୍ଜା ନାହିଁ। ପରିବାରର ଆର୍ଥିକ ପରିସ୍ଥିତି ଗୁରୁତର ହୋଇ ପଡ଼ିଥିବାବେଳେ କେବଳ ‘ସମାଜ’ ହିଁ ତାଙ୍କୁ ବଞ୍ଚିବାର ରାହା ଦେଇଛି। ସକାଳେ ଖବରକାଗଜ ବଣ୍ଟା ସାରିବା ପରେ ଦିନ ୧୦ଟା ବାଜିଲେ କଲେଜ ବାହାରି ଯାଇଥିଲେ। ଜଣେ ମେଧାବୀ ଛାତ୍ରୀ ଭାବେ ବର୍ଷା ନୀଳଗିରି ମହିଳା ଡିଗ୍ରୀ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସେହିପରି ସ୍ଥାନୀୟ ଏକ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରରୁ ପିଜିଡିସିଏ ମଧ୍ୟ କରିଛନ୍ତି। ଦୃଢ଼ମନା ତଥା କର୍ତ୍ତବ୍ୟନିଷ୍ଠା ଆଜି ତାଙ୍କୁ ଉଚ୍ଚଶିକ୍ଷିତା କରାଇ ପାରିଛି। ବର୍ଷାରାଣୀଙ୍କ କହିବା କଥା, କୌଣସି କାମକୁ ଛୋଟ ନଭାବି ଆମେ କର୍ମ କରି ଗଲେ ଈଶ୍ବର ଆମକୁ ନିଶ୍ଚିତ ଭଲ ଫଳ ଦେବେ। ତେବେ ଆଗାମୀ ଦିନରେ ଜଣେ ଶିକ୍ଷୟିତ୍ରୀ ହୋଇ ପିଲାଙ୍କୁ ଶିକ୍ଷିତ କରିବାର ପଣ ରଖିଥିବା ଏହି ଯୁବତୀ ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ ବୋଲି ସମସ୍ତଙ୍କର ସଦିଚ୍ଛା ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories