କୁଲୁଥକାନୀ ଶିବ ମନ୍ଦିରରେ ତିଳତର୍ପଣ

ସମ୍ବଲପୁର: ପବିତ୍ର ମହାଳୟା ତିଥି ଅବସରରେ ପିତୃ ପୁରୁଷ ମାନଙ୍କ ଶାନ୍ତି ଉଦ୍ଦେଶ୍ୟ ନେଇ ତର୍ପଣ ଅନୁଷ୍ଠାନ ସ୍ଥାନୀୟ କୁଲୁଥକାନୀ ଶିବ ମନ୍ଦିର ଘାଟ ଠାରେ ଅନୁଷ୍ଠିତ ହୋଇଯାଇଛି। ଶନିବାର ସକାଳ ସମୟରେ ମହାଳୟା (ଅମାବାସ୍ୟା) ତିଥିରେ ସମୁହ ତିଳ ତର୍ପଣ ଆୟୋଜିତ କରାଯାଇଛି। କୁଲୁଥକାନୀ ଶିବ ମନ୍ଦିର ଘାଟରେ ବିଭିନ୍ନ ସମାଜର ଲୋକେ ସାମିଲ ହୋଇ ଏକତ୍ରିତ ଭାବରେ ନିଜ ନିଜ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥିଲେ। ପଣ୍ଡିତ ଧର୍ମେନ୍ଦ୍ର ମିଶ୍ରଙ୍କ ଦ୍ୱାରା ମନ୍ତ୍ରୋଚାରଣ ସହିତ ତିଳ ତର୍ପଣ ଓ ପିଣ୍ଡଦାନ କରାଯାଇଥିଲା।

ଭକ୍ତି ଓ ଶ୍ରଦ୍ଧାର ସହିତ ପିତୃପୁରୁଷଙ୍କୁ ତିଳ ତର୍ପଣ ପ୍ରଦାନ କଲେ ପରିବାରର ମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ଅବସରରେ ଅଞ୍ଚଳର ଦିବଙ୍ଗତ ବିଶିଷ୍ଟ ବ୍ୟକ୍ତି ମାନଙ୍କ ପାଇଁ ମଧ୍ୟ ତର୍ପଣ କରାଯାଇଥିଲା। ଏହି ଧାର୍ମିକ ଅନୁଷ୍ଠାନକୁ ଅରବିନ୍ଦ ନାୟକ, କୁଷ୍ଣ ଚନ୍ଦ୍ର ରାଉତ, ସାମନ୍ତ ଦାସ, ଦିଲ୍ଲୀପ ମହାପାତ୍ରଙ୍କ ନେତୃତ୍ୱରେ ଅଞ୍ଚଳବାସୀ ମାନେ ମିଳିତ ଭାବରେ ଆୟୋଜନ ଓ ପରିଚାଳନା କରିଥିଲେ।

Comments are closed.