ଫୁଲବାଣୀ:ତୁଡ଼ିପାଜୁ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପକ୍ଷରୁ ଆଜି ମେରି ମାଟି ମେରି ଦେଶ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ନମିତାରାଣି ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ବହୁ ଅଭିଭାବକ ମାନେ ନିଜ ନିଜ ଗ୍ରାମକୁ ମାଟି ଆଣିବା ସହିତ ବିଦ୍ୟାଳୟ ପରିସରରେ ଥିବା ଅମୃତ କଳଷରେ ରଖିଥିଲେ। ଏଥିସହିତ ଛାତ୍ରଛାତ୍ରୀ ମାନେ ତୁଡ଼ିପାଜୁ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ମଧ୍ୟ ମାଟି ସଂଗ୍ରହ କରିଥିଲେ। ଏଥିରେ ସ୍ଥାନୀୟ ସରପଞ୍ଚ ଓ ଅନ୍ୟ ଗ୍ରାମବାସୀ ମାନେ ମଧ୍ୟ ସାମିଲ୍ ହୋଇଥିଲେ। ଏହି ଅବସରରେ ଏକ ଶପଥପାଠ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିିତ ହୋଇଥିଲା।ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ନିତିନ୍ ପ୍ରକାଶ ଭରଦ୍ୱାଜ ଓ ଏନଏସଏସ ସ୍ୱେଚ୍ଛାସେବୀ ମାନେ ସଂପୂର୍ଣ୍ଣଭାବେ ସାମିଲ୍ ହୋଇଥିଲେ।
ଏହି ଅବସରରେ ମାତୃଭୂମିର ବୀରପୁତ୍ର ମାନଙ୍କର ଅମରଗାଥାକୁ ସ୍ୱରଣ କରିଥିଲେ। ମାଟିମାର ବନ୍ଦନା ମଧ୍ୟ ଗାନ କରାଯାଇଥିଲା। ସକାଳ ପ୍ରଭାତ ଫେରି କରାଯିବା ସହିତ ଛାତ୍ରଛାତ୍ରୀ ମାନେ ଅମୃତ କଳଷ ଯାତ୍ରରେ ପରିଭ୍ରମଣ କରିବା ସହିତ ବିଭିନ୍ନ ପ୍ରକାର ଶ୍ଳୋଗାନଦେଇ ଗ୍ରାମ ପରିକ୍ରମା କରିଥିଲେ। ଏହି ଅବସରରେ ପୋଷ୍ଟର ଏବଂ ଶ୍ଳୋଗାନ ଉପରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଗଙ୍ଗାଧର ପାତ୍ର, ଖୁସୁବ ତିୱାରୀ , ବିଦ୍ୟୁତ ରେଖା ପ୍ରଧାନ, ବିନାରାଣୀ ପ୍ରଧାନ ଏବଂ ହରଦିପ୍ କୁମାର ଏବଂ ସୁଶାନ୍ତ କୁମାର ପାଢୀ ପ୍ରମୁକ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଅଭିଭାବକ ଓ ଶିକ୍ଷକ ମାନଙ୍କ ମଧ୍ୟରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା।



