www.samajalive.in
Monday, December 15, 2025
14.1 C
Bhubaneswar

ବାସ୍ତୁ ; ଆର୍ଥିକ ସମସ୍ୟା ଦୂର ସହ ସମ୍ପର୍କରେ ମଧୁରତା ଆଣିବ ଲୁଣ

ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଅନେକ ସମସ୍ୟା ଲାଗି ରହିଥାଏ। ସମସ୍ୟାକୁ ଦୂର କରିବା ପାଇଁ ଅନେକ ଚେଷ୍ଟା ମଧ୍ୟ କରାଯାଇଥାଏ। ଅନେକ ସମୟରେ ଅଯଥା ଟଙ୍କା ଖର୍ଚ୍ଚ ହେବା ସହ ସଞ୍ଚୟ ହୋଇ ପାରିନଥାଏ। ଯାହା ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଥାଏ। ବାସ୍ତୁ ଶାସ୍ତ୍ରରେ ଏଭଳି କିଛି ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହା ଦ୍ୱାରା ଆର୍ଥିକ ସମସ୍ୟା ସହ ଅନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ। ସେପରି ଏକ ଜିନିଷ ହେଉଛି ଲୁଣ। ଲୁଣ ବିନା ଖାଦ୍ୟ ପ୍ରସ୍ତୁତି ସମ୍ଭବ ହୋଇନଥାଏ। ଖାଦ୍ୟ ସ୍ୱାଦହୀନ ହୋଇଥାଏ। ତେବେ ରୋଷେଇ ପାଇଁ ନିତାନ୍ତ ଆବଶ୍ୟକ ଲୁଣ ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ। ବାସ୍ତୁ ଶାସ୍ତ୍ରରେ ଲୁଣ ସହ ଜଡିତ ଅନେକ ଉପାୟ ରହିଛି। ଜାଣନ୍ତୁ..
ଅନେକ ଥର ଲଗାତାର ଆର୍ଥିକ ସମସ୍ୟା ଲାଗି ରହିଥାଏ। ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ। ଏଭଳି ସମସ୍ୟାକୁ ଦୂର କରିବା ପାଇଁ ଏକ କାଚ ଗ୍ଲାସରେ ପାଣି ଭର୍ତ୍ତି କରି ଲୁଣ ମିଶାନ୍ତୁ। ଏହାକୁ ଘରର ଦକ୍ଷିଣ-ପଶ୍ଚିମ କୋଣରେ ରଖନ୍ତୁ। ଶୁଭଫଳ ମିଳିଥାଏ।
ଘରେ ଧନ ବୃଦ୍ଧି ଓ ଉନ୍ନତି ପାଇଁ କାଚର ଏକ ପାତ୍ରରେ ଲୁଣ ଭର୍ତ୍ତି କରି ୪ ରୁ ୫ଟି ଲବଙ୍ଗ ମଧ୍ୟ ରଖନ୍ତୁ। ଏହାକୁ ଘରର ଏକ କୋଣରେ ରଖନ୍ତୁ। ଏହାଦ୍ୱାରା ଧନ ବୃଦ୍ଧି ହେବା ସହ ଆଶାନୁରୂପକ ସଞ୍ଚୟ ହୋଇଥାଏ।
ଘରର ଗାଧୁଆଘର ସହ ଜଡ଼ିତ ବାସ୍ତୁ ଦୋଷ ଥିଲେ, ଏକ ପାତ୍ରରେ ଲୁଣ ରଖି ଉଚ୍ଚ ସ୍ଥାନରେ ରଖି ଦିଅନ୍ତୁ। କିଛି ଦିନ ମଧ୍ୟରେ ଏହି ଲୁଣକୁ ବଦଳାନ୍ତୁ।
ଲୁଣ କେବଳ ଆର୍ଥିକ ସମସ୍ୟା ଦୂର କରେ ତାହା ନୁହେଁ ବରଂ ଏହା ସମ୍ପର୍କରେ ମଧ୍ୟ ମଧୁରତା ଭରିଥାଏ। ପତି-ପତ୍ନୀଙ୍କ ମଧ୍ୟରେ କଳହ ହେଉଥିଲେ ବାସ୍ତୁ ଅନୁଯାୟୀ, ଏକ ପାତ୍ରରେ ଲୁଣ ରଖି ଶୟନ କକ୍ଷରେ ରଖନ୍ତୁ। ଏହାଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଏକ ମାସ ପରେ ଏହି ଲୁଣ ବଦଳାନ୍ତୁ। ଶୁଭଫଳ ମିଳିଥାଏ।
ତେବେ ଏହି ସମସ୍ତ ଉପାୟ ସହ ଘରକୁ ପୋଛିବା ସମୟରେ ସେହି ପାଣିରେ ଲୁଣ ମିଶାଇ ପୋଛନ୍ତୁ। ଏହାଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories