ଟ୍ରାକ୍ଟର-ବୋଲେରୋ ଧକ୍କା ; ୪ ମୃତ

ହରିୟାଣା : ହରିୟାଣାର ସୋନୀପତ ଜିଲାରେ ଏକ ବଡ ସଡକ ଦୁର୍ଘଟଣା ଘଟିଛି। ୪୪ ନମ୍ବର ଜାତୀୟ ରାଜପଥରେ ଗାଁ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଟ୍ରାକ୍ଟର ସହ ବୋଲେରୋର ଧକ୍କା ହେବା କାରଣରୁ ଚାଳକଙ୍କ ସହ ଲିଫ୍ଟ ନେଇଥିବା ୨ ଭଉଣୀଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ସଭିଁଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

Comments are closed.