ସାଲୋହି ଆଶ୍ରମ ସ୍କୁଲରେ ଝାଡ଼ାବାନ୍ତି

କୁଚିଣ୍ଡା: କୁଚିଣ୍ଡା ଉପଖଣ୍ଡର ସାଲୋହି ଆଶ୍ରମ ସ୍କୁଲରେ ବ୍ୟାପିଛି ଝାଡ଼ାବାନ୍ତି। ହଷ୍ଟେଲର ଅନେକ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଚିକିତ୍ସା ପାଇଁ ସେମାନଙ୍କୁ କୁଚିଣ୍ଡା ଉପଖଣ୍ଡୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୋଟ୍‌ ୨୨ ଜଣ ଛାତ୍ରୀ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ୧୦ ଜଣ ଛାତ୍ରୀ ଚିକିତ୍ସାଧିନ ଅଛନ୍ତି ଏବଂ ସେମାନେ ବିପଦମୁକ୍ତ ଥିବା କୁହାଯାଉଛି। ପ୍ରଶାସନ ଏହାର ତଦନ୍ତ କରୁଥିବା ଜଣାଯାଇଛି।

prayash

ସୂଚନା ଅନୁସାରେ, ଆକସ୍ମିକ ଭାବେ ତିନି ଦିନ ତଳେ ହଷ୍ଟେଲରେ ଥିବା ଛାତ୍ରୀଙ୍କୁ ବାନ୍ତି ହେବା ସହ ଝାଡ଼ା ହୋଇଥିଲା। ଏହାପରେ ସେମାନଙ୍କ ମୁଣ୍ଡ ବୁଲାଇଥିଲା। ପରେ ପିଲାମାନଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା। ମାତ୍ର ସ୍ଥିତି ଅଣାୟତ୍ତ ହେବାରୁ ଶନିବାର ରାତିରେ ସେମାନଙ୍କୁ କୁଚିଣ୍ଡା ଉପଖଣ୍ଡୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

Comments are closed.