ଅଭିନନ୍ଦନଙ୍କ ଉପରେ ଟ୍ୱିଟ କରି ସ୍ପଷ୍ଟୀକରଣ ଦେଲେ ସଲମାନ ଖୁର୍ସିଦ

0

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁର୍ସିଦ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଉପରେ ଦେଇଥିବା ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ତାଙ୍କ ମନ୍ତବ୍ୟକୁ ନେଇ ଉଠିଥିବା ବିବାଦ ଅମୂଳକ ବୋଲି ସେ କହିଛନ୍ତି। ସଲମାନ ଖୁର୍ସିଦ ତାଙ୍କ ମନ୍ତବ୍ୟ ଉପରେ କାଏମ ରହିବା ସହ ତାହା ହିଁ ସତ୍ୟ ବୋଲି ସେ ପୁଣି ଥରେ ଦୃଢ଼ ଭାବେ କହିଛନ୍ତି। ଅଭିନନ୍ଦନଙ୍କ ଉପରେ ତାଙ୍କ ମନ୍ତବ୍ୟ କ୍ରେଡିଟ ନେବା ପାଇଁ ଉଦ୍ଦିଷ୍ଟ ନୁହେଁ, ତେଣୁ ସେ ଦୃଷ୍ଟିରୁ ବିଚାର କରିବ ଉଚିତ ନୁହେଁ। ‘ମୋ କାର୍ଯ୍ୟକାଳ ସମୟରେ ଆକ୍ରମଣ ହୋଇଥିବା ମୁଁ କହି ନାହିଁ; ଅଭିନନ୍ଦନ ୟୁପିଏ ଶାସନ କାଳରେ ପାଇଲଟ ହୋଇଥିବା ମୁଁ କହିଛି’ ବୋଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁର୍ସିଦ ବକ୍ତବ୍ୟ ରଖିଛନ୍ତି। ତେବେ ଖୁର୍ସିଦଙ୍କ ମନ୍ତବ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ଅଧିକ ଚର୍ଚ୍ଚା ହେବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

Leave A Reply