କଳିଙ୍ଗରେ ଘମାସାନ୍‌ ,ବାରବାଟୀରେ ଭାଇଜାନ୍‌

0

କଟକ .- ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଘମାସାନ୍‌ ହକି  ବିଶ୍ୱ କପ୍‌ ମ୍ୟାଚର ମ୍ୟାଚ ଚାଲିଥିବା ବେଳେ ବାରବାଟୀରେ ଭାଇଜାନ ସଲମାନଙ୍କ ଜଲବା ଦେଖିବାକୁ ମିଳିଥିଲା । ଭାଇଜାନ୍‌ଙ୍କର ପରିବେଷଣ ଦେଖିବା ପାଇଁ ବାରବାଟୀ ଷ୍ଟାଡିୟମରେ ପ୍ରଶଂସକଙ୍କ ଭିଡ ଦେଖିବାକୁ ମିଳିଥିଲା ।

ବାରବାଟୀରେ  ଏଆର ରେହମାନଙ୍କ ସଙ୍ଗୀତ ପରିବେଷଣ ପୂର୍ବରୁ ସଲମାନ ଖାନ ଓ ଏଆର୍‌ ରେହମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ । ତାଙ୍କୁ ହକି ବିଶ୍ୱ କପ୍‌ର ରୂପାର ପ୍ରତିକୃତୀ ପ୍ରଦାନ କରାଯାଇଥିଲା । ସଲମାନ ଖାନ ଓଡିଶାର କଳା ସଂସ୍କୃତି , କଟକର ଭାଇଚାରାର ପ୍ରଶଂସା କରିଥିଲେ । ଏହାପରେ  ବାରବାଟୀରେ ଲେଜର ସୋ ଓ ପରେ ପରେ ରେହମାନଙ୍କ ସଙ୍ଗୀତ ପରିବେଷଣ ଆରମ୍ଭ ହୋଇଥିଲା ।

Leave A Reply