www.samajalive.in
Monday, December 15, 2025
26.1 C
Bhubaneswar

ଆଣ୍ଡାମାନ୍‌ ସେଣ୍ଟେନେଲ ଆଦିମ ଅଧିବାସୀଙ୍କର ସମର୍ଥନ କଲେ ଅଷ୍ଟ୍ରେଲିୟ ସିନେଟର

ସିଡନୀ . – ଆଣ୍ଡାମାନ ନିକୋବରରେ ବସବାସ କରୁଥିବା ଆଦିମ ଅଧିବାସୀ ସେଣ୍ଟିନେଲ୍‌ୟମାନଙ୍କୁ ଆଷ୍ଟ୍ରେଲିଆର ସିନେଟର ପାଉଲିନେ ହାନସନ୍‌ ସମର୍ଥନ କରିଛନ୍ତି । ଏହି ଆଦିମ ଅଧିବାସୀ ନିଜର ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଚେଷ୍ଟା କରୁଛନ୍ତି । ସେମାନଙ୍କର ଜୀବନରେ ଅଯଥା ଭାବେ ହସ୍ତକ୍ଷେପ କରିବା ଉଚିତ୍‌ ନୁହେଁ ବୋଲି ,ସେ କହିଛନ୍ତି ।

ସେଣ୍ଟାନିଲୟମାନଙ୍କର ତୀରମାଡରେ ସେଠାରେ ବେଆଇନ ଭାବେ ପ୍ରବେଶ କରିଥିବା ଆମେରିକୀୟ ପର୍ଯ୍ୟଟକ ଜନ୍‌ ଚାଉଙ୍କର ମୃତ୍ୟୁ ହୋଇଥିଲା । ଜନ୍‌ ଚାଉ ସେମାନଙ୍କୁ ଖ୍ରୀଷ୍ଟ ଧର୍ମର ଦୀକ୍ଷିତ କରେଇବା ପାଇଁ ଯାଇଥିଲେ । ପ୍ରଥମଥର  ସେଣ୍ଟାନିଲୟମାନଙ୍କ ଆକ୍ରମଣରୁ ବର୍ତ୍ତିଯାଇଥିବା ବେଳେ ଦ୍ୱିତୀୟ ଥର ସେ ତୀର ମାଡରେ ମୃତ୍ୟୁ ବରଣ କରିଥିବା ସେଠାକୁ ତାଙ୍କୁ  ବେଆଇନ ଭାବେ ନେଇଯାଇଥିବା ମତ୍ସଜୀବୀମାନେ କହିଥିଲେ । ହେଲେ ପୁଲିସ ତାଙ୍କର ମୃତ ଦେହକୁ ଠାବ କରି ପାରି ନାହିଁ ।  ପୁଲିସ ଚାଉଙ୍କର ମୃତ ଦେହକୁ ଠାବ କରିବାକୁ ଯାଇଥିବା ବେଳେ ତୀର ଧରି ସେଣ୍ଟାନିସୟମାନେ ସମୁଦ୍ର କୂଳରେ ଛିଡା ହୋଇଥିଲେ । ଦୂରରୁ ପିଲିସ ଏହା ଦେଖି ପଳାଇ ଆସିଥିଲେ ।

- Advertisement -

ଆଣ୍ଡାମାନର ଉତ୍ତର ସେଣ୍ଟାନିଲ୍‌ ଦ୍ୱୀପରେ ଏହି ଆଦିମ ଅଧିବାସୀ ବସ ବାସ କରନ୍ତି । ବାହାରର କୌଣସି ଲୋକଙ୍କୁ ସେମାନେ ଏହି ଦ୍ୱୀପରେ ପ୍ରବେଶ କରିବାକୁ ଦିଅନ୍ତି ନାହିଁ । ଭାରତ ସରକାର ବି ଏଠାରେ ବାହାର ଲୋକଙ୍କର ପ୍ରବେଶକୁ ନିଷେଧ କରିଛନ୍ତି ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories