ସାକ୍ଷୀଗୋପାଳ ମେଡିକାଲରେ ପାର୍କିଂ ସମସ୍ୟା ; ଆମ୍ବୁଲାସ ଯାତାୟତରେ ବାଧାସୃଷ୍ଟି
ସୁଆଣ୍ଡୋ : ଭୁବନେଶ୍ବର -ପୁରୀ ନଂ ୩୧୬ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ସାକ୍ଷୀଗୋପାଳ ଡାକ୍ତରଖାନା ପରିସରରେ ପ୍ରତିଦିନ ସାଇକେଲ ବାଇକ ଅବ୍ୟବସ୍ଥିତ ଭାବରେ ରଖାଯିବାରୁ ଆମ୍ବୁଲାସ ଯାତାୟତରେ ବାଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି। କଲେଜ ଛାତ୍ରଙ୍କ ଠାରୁ ଆରମ୍ଭ କରି ପୁରୀ ଭୁବନେଶ୍ଵର ପିପିଲି ଆଦି ସ୍ଥାନରେ ଚାକିରି କରିଥିବା ଲୋକ ମାନେ ମଧ୍ୟ ମେଡିକାଲ ପରିସରରେ ଗାଡି ରଖି ଅଫିସ ଯାଇଥାନ୍ତି । ରୋଗୀ ନେଇ ମେଡିକାଲକୁ ଆସୁଥିବା ଆମ୍ବୁଲାନ୍ସ ଏ ନେଇ ଅସୁବିଧାର ସମ୍ମୁଖିନ ହେଥିବା ଜଣାପଡିଛି। ଏନେଇ ମେଡିକାଲ ପରିସରରେ ବହୁ ପଟିତୁଣ୍ଡ ହେଉଥିବା ସୂଚନା ମିଳିଛି। ଏହି ମନୁଷ୍ୟକୃତ ସମସ୍ୟାର ନିରାକରଣ ପାଇଁ କେହି ବୁଝିବାକୁ ଚାହୁଁ ନାହାଁନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଛି । ଏ ସମ୍ପର୍କରେ ମେଡିକାଲ ଅଫିସର ଲଲାଟେନ୍ଦୁ ନାୟକଙ୍କ ମତରେ ଆମେ ଜନସଚେତନତା ପାଇଁ ବୋର୍ଡ ଲଗେଇଛୁ ଓ ଏଠାରେ ଗାଡି ସାଇକେଲ ନରଖିବାକୁ ବାରମ୍ବାର କହୁଛୁ । ହେଲେ କେହି ନିୟମ ଶୃଙ୍ଖଳା ମାନୁ ନାହାଁନ୍ତି । ସତ୍ୟବାଦୀ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।