ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ସମ୍ମିଳନୀ ଅନୁଷ୍ଠିତ

ସାକ୍ଷୀଗୋପାଳ :  କୃଷି ବିଜ୍ଞାନ କେନ୍ଦ୍ର, ସାକ୍ଷୀଗୋପାଳ, ପୁରୀ ପରିସରରେ ଆଜି ପ୍ରଧାନ ମନ୍ତ୍ରୀ କୃଷକ ସମ୍ମାନ ସମ୍ମିଳନୀ ଅନୁଷ୍ଠିତ ହୋଇଅଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ଗବେଷଣା ବିଭାଗର ଅଧ୍ୟକ୍ଷ ପ୍ରଫେସର ଡ଼. ସଂଗ୍ରାମ କେଶରୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ କୃଷି ବିଜ୍ଞାନ କେନ୍ଦ୍ର, ପୁରୀ ଦ୍ବାରା ଆୟୋଜିତ କୃଷକ ସମାବେଶରେ ୧୧ଟି ବ୍ଲକ ରୁ ୨୫୦ ରୁ ଉର୍ଦ୍ଧ୍ୱ କୃଷିଜୀବୀ ମହିଳା ଓ କୃଷକ ଯୋଗ ଦେଇଥିଲେ। କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ଓ ମୂଖ୍ୟ ଡ଼. ସଞ୍ଜୟ କୁମାର ମହାନ୍ତି ଏହି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ। ଏଥିରେ ବେୟର କ୍ରପ ସାଇନ୍ସ (ଓଡ଼ିଶା ଶାଖା), ସିଶା, ଇରି ଏବଂ କୃଷି ବିଜ୍ଞାନ କେନ୍ଦ୍ର ପୁରୀ ଜିଲ୍ଲାର କୃଷକ ମାନଙ୍କ ସହ ଯନ୍ତ୍ର ମାଧ୍ୟମରେ ଧାଡ଼ି ବୁଣା ଧାନ ଚାଷ ଜନିତ ଜ୍ଞାନ କୌଶଳ ସମ୍ପର୍କରେ ଆଲୋଚନା କରିଥିଲେ। ଉକ୍ତ କାର୍ୟ୍ୟକ୍ରମରେ ପ୍ରଫେସର ସ୍ୱାଇଁ ତାଙ୍କର ଧାଡ଼ି ବୁଣା ଯନ୍ତ୍ର ଦ୍ବାରା ଧାନ ଚାଷ ସମ୍ବନ୍ଧୀୟ ଅନେକ ଅଭିଜ୍ଞତା ଏବଂ ସଫଳତା ସମ୍ବନ୍ଧରେ ଆଲୋକପାତ କରିଥିଲେ। ଵେୟର ଶସ୍ୟ ବିଜ୍ଞାନ ର ଶସ୍ୟ ବିଶେଷଜ୍ଞ ଡ. ବିମଳ ପାଣ୍ଡେ ଧାଡ଼ି ବୁଣା ଧାନ ଚାଷ ଏବଂ ତାର ରୋଗ ପୋକ ଦମନ ବିଷୟରେ ଅନେକ ତଥ୍ୟ ପ୍ରଦାନ କରିଥିଲେ। ସିସା ପ୍ରକଳ୍ପ ର ମୁଖ୍ୟ ଡ. ଅଶୋକ ଯାଦବ, ଯନ୍ତ୍ର ଚାଳିତ ଧାଡ଼ି ବୁଣା ଧାନ ଚାଷ କୃଷକ ମାନଙ୍କ ମଧ୍ୟ ରେ ଆଦୃତ ହୋଇପାରିବ ବୋଲି ଆଶ୍ଵାସନା ଦେଇଥିଲେ। ଏହି ପ୍ରଧାନମନ୍ତ୍ରୀ କୃଷକ ସମାବେଶରେ ପୁରୀ ଜିଲ୍ଲାର କୃଷି ଓ ଆନୁସଙ୍ଗିକ କ୍ଷେତ୍ର ରେ ପାରଦର୍ଶିତା ଗ୍ରହଣ କରିଥିବା ୨୪ ଜଣ କୃଷି ଉଦ୍ୟୋଗୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। କୃଷି ବିଜ୍ଞାନ କେନ୍ଦ୍ର ର କୃଷି ଯାନ୍ତ୍ରୀକରଣ ବୈଜ୍ଞାନିକ ଡ. ଦିପଶିକା ପରମଜିତା, ଗୃହ ବିଜ୍ଞାନୀ ଡ. ସୁମିତା ଆଚାର୍ୟ୍ୟ, ସମ୍ପ୍ରସାରଣ ବୈଜ୍ଞାନିକ ଶୋନିତା ରାନୀ ସେଠୀ, କୃଷକ ଭାଇ ଓ ଭଉଣୀ ମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ।

Comments are closed.