www.samajalive.in
Monday, December 8, 2025
14.1 C
Bhubaneswar

ପତ୍ନୀ, ପିଲାଙ୍କ ସମେତ ୫ ଜଣଙ୍କୁ ଜିଅନ୍ତା ଜାଳିଲା ଯୁବକ

ଜଳନ୍ଧର: ଜଳନ୍ଧରର ମହିତପୁରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ତା’ର ଶାଶୁ, ଶ୍ବଶୁର, ପତ୍ନୀ ଏବଂ ଦୁଇ ପିଲାଙ୍କୁ ଜିଅନ୍ତା ଜାଳି ହତ୍ୟା କରିଛି। ସୋମବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ଏସପି ସର୍ବଜିତ ସିଂହ ବାହିୟା କହିଛନ୍ତି ଯେ, ଅଭିଯୁକ୍ତ ଜ୍ୱାଇଁ ଫେରାର ଅଛି। ଜିଲ୍ଲାର ସବୁ ସ୍ଥାନରେ ନାକାବନ୍ଦୀ କରାଯାଇଛି। ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବ।

ମାମଲା ବିଠଲା ଗାଁର। ସୂଚନାନୁସାରେ, ବିଠଲାର ଜଣେ ମହିଳା ଖୁରଶେଦପୁରର ଯୁବକଙ୍କୁ ବିବାହ କରିଥିଲେ। ଦୁହିଁଙ୍କ ମଧ୍ୟରେ କହଳ ଲାଗି ରହିଥିଲା। ଏହି କାରଣରୁ ମହିଳା ଜଣକ ତାଙ୍କ ବାପଘରକୁ ଆସିଥିଲେ। ସୋମବାର ରାତିରେ ତାଙ୍କ ସ୍ୱାମୀ ତାଙ୍କୁ ନେବାକୁ ଆସିଥିଲେ। ତେବେ ପରେ ରାତିରେ ଶୋଇଥିବା ସମୟରେ ସେ ଘର ବାହାରେ ତାଲା ପକାଇ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା ସ୍ବାମୀ। ଫଳରେ ତାର ପତ୍ନୀ, ଦୁଇ ପିଲା ଏବଂ ଶାଶୁ ଶ୍ବଶୁର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

- Advertisement -

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories