www.samajalive.in
Saturday, December 6, 2025
26.1 C
Bhubaneswar

କିସରେ ନାମ ଲେଖାଇଲେ ୭୮ ଜଣ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ

ସମ୍ବଲପୁର: ସମ୍ବଲପୁର ବନଖଣ୍ଡ ଓ କିସ ଭୁବନେଶ୍ୱରର ମିଳିତ ସହଯୋଗରେ ସମ୍ବଲପୁର ବନଖଣ୍ଡ ଅଧିନସ୍ଥ କ୍ଷେତ୍ରୀୟ ପରିଚାଳନା ସଂସ୍ଥା ଯୁଯୁମୁରା (ସଦର), ପଡ଼ିଆବାହଲ, ଧମା ଓ ରେଙ୍ଗାଲି ରେଞ୍ଜ ଅଞ୍ଚଳରେ ଅନୁସୂଚିତ ଜନଜାତିର ଶ୍ରମିକ ଓ ଜଙ୍ଗଲ ଉପରେ ନିର୍ଭରଶୀଳ ବ୍ୟକ୍ତ ମାନଙ୍କ ଛୁଆ ମାନଙ୍କୁ ଉଚ୍ଚ ଶିକ୍ଷିତ କରାଯିବାର ଉଦ୍ୟମ କରାଯାଉଛି। ଏଣୁ ଭୁବନେଶ୍ୱର ସ୍ଥିତ କିସ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ କ୍ଷେତ୍ର ସଂଯୋଜକ ଓ ପିଏନଜିଓ କର୍ମକର୍ତ୍ତା ମାନେ ଏକ ସଚେତନା ଅଭିଯାନ ହାତକୁ ନେଇଥିଲେ। ଏହି କ୍ରମରେ ପ୍ରତ୍ୟେକ ରେଞ୍ଜରେ ଗୋଟିଏ ଲେଖାଏଁ ସଚେତନତା ଶିବିର ଆୟୋଜିତ କରାଯାଇ ଉକ୍ତ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ମାନେ ନାମ ଲେଖାଇବା ପାଇଁ ପ୍ରେରିତ କରାଯାଇଥିଲା। ଏଣୁ ଅଭିଭାବକ ମାନଙ୍କ ଦ୍ୱାରା ଇଚ୍ଛା ପ୍ରକାଶ କରାଯିବାରୁ ଭୁବନେଶ୍ୱରର କିସ ଠାରେ ନାମ ଲେଖାଇ ପାଠ ପଢ଼଼ିବା ନିମନ୍ତେ ୭୮ ଜଣ ଛାତ୍ରଛାତ୍ରୀ ମାନଙ୍କର ଫର୍ମ ପୂରଣ କରାଯାଇଥିଲା। ଇତି ମଧ୍ୟରେ ଛାତ୍ରଛାତ୍ରୀ ମାନଙ୍କର ଆବଶ୍ୟକୀୟ ପ୍ରମାଣପତ୍ର ଯାଞ୍ଚ ପରେ ସେମାନଙ୍କର ନାମଲେଖା ଭୁବନେଶ୍ୱର ସ୍ଥିତ କିସ ଶିକ୍ଷାନୁଷ୍ଠାନରେ ସମ୍ପୁର୍ଣ୍ଣ ହୋଇଯାଇଛି। ଏହା ଦ୍ୱାରା ଉକ୍ତ ଅଞ୍ଚଳର ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଉଜ୍ୱଳ ହେବା ସହିତ ଜଙ୍ଗଲ ଉପରେ ନିର୍ଭରଶୀଳତା କମିବ ଏବଂ କ୍ରିଡା ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ବୋଲି ସମ୍ବଲପୁର ବନଖଣ୍ଡ ଅଧିକାରୀ ବିଶ୍ୱନାଥ ନିଳାମ୍ବରମ ମତବ୍ୟକ୍ତ କରି କିସ ଶିକ୍ଷାନୁଷ୍ଠାନର ଉଦ୍ୟମକୁ ପ୍ରଶଂସା କରିଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories