www.samajalive.in
Saturday, December 6, 2025
15.1 C
Bhubaneswar

ଠିକାଦାରଙ୍କ କାରକୁ ବୋମାମାଡ

କାମାକ୍ଷାନଗର : କାମାକ୍ଷାନଗର ସହରର ମଢ଼ିସାହିରେ ଜଣେ ଠିକାଦାରଙ୍କ କାରକୁ ସୋମବାର ବିଳମ୍ବିତ ରାତିରେ ଦୁଇଜଣ ଦୁର୍ବୁତ୍ତ ଏକ ବାଇକରେ ଆସି ବୋମା ମାଡ଼ କରିଥିବାର ଜଣାଯାଇଛି । କାମାକ୍ଷାନଗର ସହରର ମଢ଼ିସାହିର କାହ୍ନୁ ସାହୁଙ୍କ କାର ପଦାରେ ରହିଥିବା ବେଳେ ଦୁଇଜଣ ଦୁର୍ବୁତ୍ତ ଏକ ବାଇକରେ ଆସି ୩ ଗୋଟି ବୋମା ମାଡ କରଥିବା ବେଳେ ତନ୍ମଧ୍ୟରୁ ଗୋଟିଏ ବୋମା କାରର ପଛ କାଚରେ ବାଜି ଭାଙ୍ଗିଥିଲା । ଆଉ ଦୁଇଟି ଅଫୁଟା ବୋମା ସେଠାରେ ପଡ଼ିରହିଛି । ଏହି ଦୃଶ୍ୟ ସି ସି ଟିଭି କ୍ୟାମେରାରେ କଏଦ ହୋଇଛି ।  ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼ କରିଥିବାର ସନ୍ଦେହ କରାଯାଉଛି । କାହ୍ନୁ ସାହୁ ଦୀର୍ଘ ଦିନ ଧରି ଠିକାଦାର କାର୍ୟ୍ୟ କରି ଆସୁଥିବା ବେଳେ ବିଜୁ ଜନତାଦଳରେ ମଧ୍ୟ ଜଣେ ଆଗଧାଡିର କର୍ମୀ । ଏହି ଘଟଣା ପ୍ରଚାର ହେବା ପରେ କାମାକ୍ଷାନଗର ସହରରେ ଆତଙ୍କ ଖେଳି ଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories