ସାକ୍ଷୀଗୋପାଳ: ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଜନ ଶିକ୍ଷଣ ସଂସ୍ଥାନ, ପୁରୀ ତରଫରୁ ଆଜି ସ୍ଵଚ୍ଛତା ପକ୍ଷ ଅବସରରେ ସ୍ୱଚ୍ଛତା ଶପଥ ଏବଂ “ବ୍ୟକ୍ତିଗତ ସ୍ୱଚ୍ଛତା ଉପରେ ସଚେତନତା” ଶୀର୍ଷକ ଏକ କାଯ୍ୟକ୍ରମ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବିଦ୍ୟାଧରପୁର ପଞ୍ଚାୟତର ବିଦ୍ୟାଧର ପୁରଠାରେ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ଅନୁଷ୍ଠିତ ହୋଇଅଛି। ଜନ ଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶକ ଜ୍ଞାନ ବିକାଶ ଗଜେନ୍ଦ୍ର ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପାଣିଛତ୍ର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟନିର୍ବାହୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୌମିତ୍ରି ମହାନ୍ତି ମୁଖ୍ୟ ଅତିଥି ଓ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ହେମନ୍ତ କୁମାର ନାୟକ ଓ ସରପଞ୍ଚ ରଶ୍ମିତା ପ୍ରଧାନ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ସଂସ୍ଥାନର ପ୍ରଶିକ୍ଷାର୍ଥୀ, ପ୍ରଶିକ୍ଷିକା, ପ୍ରଶିକ୍ଷକ ଏବଂ କର୍ମଚାରୀମାନଙ୍କୁ ନେଇ ଏକ ସ୍ୱଚ୍ଛତା ଆଧାରିତ ଶପଥ ପାଠ କାର୍ଯ୍ୟକ୍ରମ ସହ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଡାକ୍ତର ମହାନ୍ତି ବ୍ୟକ୍ତିଗତ ସ୍ୱଚ୍ଛତା ଉପରେ ସଚେତନତା ସୂଚନା ପ୍ରଦାନ କରିଥିଲେ ଏବଂ କହିଥିଲେ ସ୍ୱଚ୍ଛ ମନ, ସ୍ୱଚ୍ଛ ପରିବେଶ ଆମ ସ୍ୱଚ୍ଛ ସମାଜ ଗଠନ ପାଇଁ ଅପରିହାର୍ଯ୍ୟ ଅଟେ।



