www.samajalive.in
Saturday, December 6, 2025
19.1 C
Bhubaneswar

ଉତ୍କଳମଣିଙ୍କ କର୍ମପୀଠ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ କାଦୁଆ ଆଶ୍ରମ ପରିସରରେ ସଫେଇ କାର୍ଯ୍ୟକ୍ରମ

ସାକ୍ଷୀଗୋପାଳ :  ଉତ୍କଳମଣିଙ୍କ କର୍ମପୀଠ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ କାଦୁଆ ଆଶ୍ରମ ପରିସରରେ ସ୍କାଉଟ ଓ ଗାଇଡ଼, ପୁରୀ ତରଫରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ ସଭାପତି ତଥା ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ନିରଞ୍ଜନ ରଥଙ୍କ ପରାମର୍ଶ କ୍ରମେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  ।
ପ୍ରାରମ୍ଭରେ ଅତିଥି, ଶିକ୍ଷକ, ପ୍ରଶିକ୍ଷକ ଓ ସ୍କାଉଟ ଓ ଗାଇଡ଼ର ଛାତ୍ରଛାତ୍ରୀ ମାନେ ଆଶ୍ରମ ପରିସରରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ  । ଏହି ଅବସରରେ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ, ସାକ୍ଷୀଗୋପାଳ, ବଳଙ୍ଗା ମହାବିଦ୍ୟାଳୟ, ବଳଙ୍ଗା, ଶ୍ରୀକ୍ଷେତ୍ର ରୋଭର ରେଞ୍ଜର, ପୁରୀର ୪୦ ଜଣ ସ୍କାଉଟ ଓ ଗାଇଡ଼  ଛାତ୍ରଛାତ୍ରୀ କାଦୁଆ ଆଶ୍ରମ ପରିସରରେ ସଫେଇ କରିଥିଲେ  । ୟୁନିଟ ଲିଡର ରାଜେନ୍ଦ୍ର ନାରାୟଣ ହରିଚନ୍ଦନ, ଦେବାଶିଷ ମିଶ୍ର, ମିନାକ୍ଷୀ ମିଶ୍ର, ମହେନ୍ଦ୍ର ପ୍ରଧାନ, ବିଦ୍ୟାଧର ମିଶ୍ର ଓ ସତ୍ୟବାଦୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ  ।
ଜିଲ୍ଲା ଶିକ୍ଷାଧିକାରୀ ଡକ୍ଟର ବିଶ୍ୱଜିତ ଘୋଷଙ୍କ ନିର୍ଦ୍ଦେଶ ଅନୁଯାଇ  ସତ୍ୟବାଦୀ ମଣ୍ଡଳ ଶିକ୍ଷାଧିକାରୀ ଯତୀନ୍ଦ୍ର ନାଥ ନାୟକ ଏହି ସଫେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ  ।  ଜିଲ୍ଲା  ଶାରୀରିକ ଶିକ୍ଷା ଅଧିକାରୀ ମହେନ୍ଦ୍ର କୁମାର ବିଶ୍ୱାଳ, କାଦୁଆ ଆଶ୍ରମ ସମ୍ପାଦକ ପ୍ରମୋଦ କୁମାର ମହାନ୍ତି, ସଭ୍ୟ ଭବାନୀ ପ୍ରସାଦ ମିଶ୍ର, ସହକାରୀ ପରିଚାଳକ ଲକ୍ଷ୍ମୀକାନ୍ତ ପଟ୍ଟନାୟକ ଓ ପଙ୍କଜ ମହାନ୍ତି ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ  ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories