www.samajalive.in
Saturday, December 6, 2025
19.1 C
Bhubaneswar

କଲ୍ୟାଣମଣ୍ଡପ ସଙ୍ଘ ପକ୍ଷରୁ ୭ଦଫା ଦାବିପତ୍ର ପ୍ରଦାନ

ନବରଙ୍ଗପୁର :  : କରୋନା ମହାମାରୀ ଜନିତ ତାଲାବନ୍ଦ ହେତୁ କଲ୍ୟାଣମଣ୍ଡପ ମାଲିକ , ଟେଣ୍ଟ ଲାଇଟ ଏଣ୍ଡ ସାଉଣ୍ଡ , କ୍ୟାଟରିଂ ଏବଂ ଫ୍ଲାବାର ମାଲିକ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଆର୍ଥିକ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବରଙ୍ଗପୁର ଜିଲ୍ଲାପାଳଙ୍କ ଜରିଆରେ ଏକ ୭ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ରରେ ମହାମାରୀ କରୋନା ଭୁତାଣୁ ଯୋଗୁଁ ସମସ୍ତ ଟେଣ୍ଟ ଓ କଲ୍ୟାଣମଣ୍ଡପ ମାଲିକ ମାନଙ୍କୁ ହୋଇଥିବା ବ୍ୟବସାୟୀ ଜନକ ଆର୍ଥିକ କ୍ଷତି ପୁରଣ ତୁରନ୍ତ ପ୍ରଦାନ କରାଯିବା ସହ ଟେଣ୍ଟ ଓ କଲ୍ୟାଣମଣ୍ଡପ ବ୍ୟବସାୟ ଜନିତ ସମସ୍ତ ଋଣ ଛାଡ କରାଯାଉ ଓ ଆଗାମୀ ଦିନରେ ଆମ୍ଭର ବ୍ୟବସାୟର ସୁଧାର ତଥା ଅଧୁନିକରଣ ପାଇଁ ବିନା ସୁଧରେ ନୂତନ ଋଣ ଯୋଗାଇ ଦିଆଯାଉ ।କଲ୍ୟାଣମଣ୍ଡପ ଓ  ଟେଣ୍ଟ ସାମଗ୍ରୀ ପରିବହନ ପାଇଁ ମାଲିକ ମାନେ କିସ୍ତିରେ ଆଣିଥିବା ଯାନବାହନ ତଥା ପିକ ଅପ , ମିନିଟ୍ରକ , ଅଟୋ ଆଦିର କିସ୍ତି , ବୀମା ଅର୍ଥ ଓ ଟ୍ୟାକ୍ସ ଏକ ବର୍ଷ ପାଇଁ ଛାଡ଼ କରାଯାଉ । ଲିଜରେ ରଖିଥିବା ବିବାହ ମଣ୍ଡପ , କଲ୍ୟାଣି ମଣ୍ଡପ , ଟାଉନ ହଲ , ଗୋଦାମ ଗୃହର ଲିଜ ଅର୍ଥ ଏକ ବର୍ଷ ପାଇଁ ଛାଡ଼ କରାଯାଉ । ଟେଣ୍ଟ ଓ କଲ୍ୟାଣମଣ୍ଡପ ମାଲିକ ପାଖରେ କାମ କରୁଥିବା କାରିଗର ଓ ଶ୍ରମିକଙ୍କୁ ଶ୍ରମିକର ମାନ୍ୟତାଦେଇ ନିର୍ମାଣ ଶ୍ରମିକ ଭାବେ ଗ୍ରହଣ କରି ତତଜନିତ ସମସ୍ତ ଆର୍ଥିକ ଏବଂ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ ପ୍ରଦାନ କରାଯାଉ । ସରକାରଙ୍କ ନିର୍ଦ୍ଧେଶନ।ମ।ର ୫୦ ଜଣ ପରିବର୍ତ୍ତେ ୩୦୦ ଜଣଙ୍କୁ ସମାଜିମ କାର୍ଯ୍ୟକ୍ରମ ରେ ଯୋଗ ଦେବାପାଇଁ ଅନୁମତି ପ୍ରଦାନ କରାଯାଉ ଏବଂ ଡାବୁଗାଁ ବ୍ଲକରେ ରହିଥିବା ସନ୍ତୋଷ କୁମାର ଦାସ ଙ୍କ କରୋନା ଜନିତ ମୃତ୍ୟୁ ହୋଇ ଥିବା ହେତୁ ତାଙ୍କ ପରିବାରକୁ ଆର୍ଥିକ ସହାୟତା କରାଯାଉ ବୋଲି ଏହି ୭ଦଫା ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ନବରଙ୍ଗପୁର ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରୁ ଟେଣ୍ଟ , କଲ୍ୟାଣମଣ୍ଡପ ମାଲିକ , ଲାଇଟ ଏଣ୍ଡ ସାଉଣ୍ଡ , କ୍ୟାଟରିଂ ,  ଫ୍ଲାବାର ମାଲିକ ମାନେ ଏକ ଶାନ୍ତି ପୂର୍ଣ୍ଣ ଶୋଭାଯାତ୍ରାରେ ଯାଇ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଏହି ଦାବିପତ୍ର ପ୍ରଦାନ କରିଥିଲେ । ଏହି ଦାବିପତ୍ର ପ୍ରଦାନ ସମୟରେ ଦୁର୍ଗା ମାଧବ ରଥ ( ବୁଲୁ) , ବିକେ ମହାନ୍ତି ଙ୍କ ସମେତ ମାଲିକ ସଂଘର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଥିଲେ ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories