ଚୌଦ୍ୱାର : ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସଖା’ ତରଫରୁ ଚୌଦ୍ୱାରସ୍ଥିତ ଶିଶୁସଦନର ପିଲାମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ନୂଆ ବର୍ଷ ଅବସରରେ ହିନ୍ଦ୍ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଶିଶୁସଦନର ମୁଖ୍ୟ ଦାମୋଦର ସାହୁଙ୍କ ପୌରୋହିତ୍ୟରେ ଶିଶୁସଦନରେ ଆୟାଜିିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ତ୍ରୀରୋଗ ବିଶେଷଜ୍ଞ ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସାମାଜିକ କର୍ମୀ ଡଃ. ସତ୍ୟରାୟ, ଡା.ଅତୁଲ ଚନ୍ଦ୍ର ମହାନ୍ତି, ସମ୍ପାଦିକା କବିତା ମହାପାତ୍ର, ସନ୍ତୋଷ ଷଢ଼ଙ୍ଗୀ, ରତ୍ନାକର ପଣ୍ଡା, ଶିଲା କାନୁନଗୋ ପ୍ରମୁଖ ଶିଶୁସଦନରେ ପିଲାମାନଙ୍କ ସହିତ ଭାବର ଆଦାନ ପ୍ରଦାନ କରିବା ସହିତ ସେମାନଙ୍କୁ ନବବର୍ଷ ଅଭିନନ୍ଦନ ଜଣାଇଥିଲେ । ଶିଶୁ ସଦନର ପିଲାମାନଙ୍କ ଦ୍ୱାରା ଭଜନ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଅବସରରେ ଅନ୍ତେବାସୀ ମାନଙ୍କୁ ଚାଦର, ପାଠ୍ୟ ଉପକରଣ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।
Popular Categories



