www.samajalive.in
Sunday, December 14, 2025
14.1 C
Bhubaneswar

ପରିବାର ଲୋକଙ୍କ ଦ୍ୱାରା ବୁହା ହେଇ ଆମ୍ବୁଲାନ୍ସକୁ ଗଲେ ରୋଗୀ

କଲମପୁର : ରାଜ୍ୟ ଓ କେନ୍ଦ୍ର ସରକାଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସେବା ପାଇଁ ଯୋଜନା ପରେ ଯୋଜନା କରାଯାଉଛି । ରୋଗୀ କିଭଳି ଠିକ୍ ସ୍ୱାସ୍ଥ୍ୟ ସେବା ପାଇବେ ସେ ନେଇ ଖର୍ଚ୍ଚ ହେଉଛି ଅନେକ ଅର୍ଥ । ରୋଗୀଙ୍କୁ ଠିକ୍ ସମୟରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ଆରମ୍ଭ ହେଇଛି ଆମ୍ବୁଲାନ୍ସ ସେବା । କିନ୍ତୁ ବିଭାଗୀୟ କର୍ମଚାରୀଙ୍କ ଅବହେଳା କାରଣରୁ ଅନେକ ଯୋଜନାର ସଫଳ ରୁପାୟନ ପାଉ ନାହାଁନ୍ତି ସାଧାରଣ ଜନତା । ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ସେବା ଥିଲେ ମଧ୍ୟ ଅନେକ ସମୟରେ ରୋଗୀ ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ହେଉଥିବାର ଅନେକ ଅଭିଯୋଗ ରହିଛି । ଜଣେ ରୋଗୀଙ୍କ ଘର ନିକଟକୁ ରାସ୍ତା ଥିଲେ ମଧ୍ୟ ଆମ୍ବୁଲାନ୍ସ ଚାଳକ ଗାଡି ଯାଇପାରିବ ନାହିଁ କହି ଅଧା ରାସ୍ତାରେ ଅଟକି ରହିଥିଲେ। ପରିବାର ଲୋକ ହାରି ଗୁହାରି କରିଥିଲେ ମଧ୍ୟ ଆମ୍ବୁଲାନ୍ସ କର୍ମଚାରୀ ରାସ୍ତାରେ ଆମ୍ବୁଲେନ୍ସ ଯାଇ ପାରିବ ନାହିଁ କହି ରୋକ ଠୋକ ମନା କରି ଦେଇଥିଲେ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜୟପାଟଣା ବ୍ଲକ ଅଧିନସ୍ଥ ସିନ୍ଦିକାଗୁଡା ଗାଁ ଅଧିନସ୍ଥ ଖମନପଡା ଠାରେ । ଏହିଗାଁର ଯୋଗେଶ୍ୱର ବାଗଙ୍କ ପତ୍ନୀ ମଥୁରା ବାଗଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। କିନ୍ତୁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଆମ୍ବୁଲାନ୍ସ ଅନ୍ୟ ଏକ ରୋଗୀର ସେବାରେ ନିୟୋଜିତ ଥିବା ବେଳେ ଧର୍ମଗଡର ଆମ୍ବୁଲାନ୍ସ ପହଂଚିଥିଲା । କିନ୍ତୁ ପରିତାପର ବିଷୟ ରାସ୍ତା ଥିଲେ ମଧ୍ୟ ଆମ୍ବୁଲାନ୍ସ ରୋଗୀ ଘର ନିକଟକୁ ଯାଇନଥିଲା । ପରିବାର ଲୋକ ଅନୁରୋଧ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଚାଳକ ନିରବ ରହିବାରୁ ବାଧ୍ୟ ହେଇ ପରିବାର ଲୋକ ରୋଗୀଙ୍କୁ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ଯେଉଁଥିପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଇଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories