www.samajalive.in
Sunday, December 14, 2025
14.1 C
Bhubaneswar

ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ସାମ୍ବାଦିକ ନୃସିଂହ ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର :  ପଶ୍ଚିମାଞ୍ଚଳର ଗାନ୍ଧୀ ଭାବରେ ପରିଚିତ ନୃସିଂହ ଗୁରୁଙ୍କ ୩୮ ତମ ଶ୍ରାଦ୍ଧ ବାର୍ଷିକୀ ସମ୍ବଲପୁରର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ରବିବାର ସକାଳ ସମୟରେ ସ୍ଥାନୀୟ ରିଂ ରୋଡ ସ୍ଥିତ ନୃସିଂହ ଗୁରୁଙ୍କ ପ୍ରତିମୂର୍ତ୍ତିରେ ମାର୍ଲ୍ୟାପଣ କରାଯାଇଥିଲା । ଏଥିରେ ପୂର୍ବତନ ସାଂସଦ ପ୍ରମିଳା ବହିଦାର, ଭବାନୀ ଶଙ୍କର ହୋତା, ଶିକ୍ଷାବିତ ଆଦିତ୍ୟ ପ୍ରସାଦ ପାଢ଼ୀ, ସ୍ମୃତି କମିଟିର ଆବାହକ ହେମନ୍ତ ମହାପାତ୍ର, କାର୍ତ୍ତିକ ପ୍ରସାଦ ବହିଦାର, ଭାଜପା ଜିଲା ସଭାପତି ଗିରିଶ ପଟେଲ, ପ୍ରଫୁଲ୍ଲ ହୋତା, ରାଜେନ୍ଦ୍ର ପଣ୍ଡାଙ୍କ ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ସାମିଲ ହୋଇ ପଶ୍ଚିମାଞ୍ଚଳର ଗାନ୍ଧୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରେ ନୃସିଂହ ଗୁରୁଙ୍କ ପୈତୃକ ଗ୍ରାମ ଗୁରୁପାଲି ଠାରେ ଆୟୋଜିତ ଶ୍ରାଦ୍ଧା ବାର୍ଷିକୀ ସଭାରେ ଶ୍ୟାମ ସୁନ୍ଦର ମିଶ୍ର ସଭାପତିତ୍ୱ କରିଥିଲେ । ଏଥିରେ ଶିକ୍ଷାବିତ ଅରବିନ୍ଦ ମହାପାତ୍ର ମୁଖ୍ୟ ଅତିଥି, ଜୀବର୍ଦ୍ଧନ ରାଉତ ସମ୍ମାନୀତ ଅତିଥି, ଯୁଗ୍ମ ସମ୍ପାଦକ କାର୍ତ୍ତିକ ପ୍ରସାଦ ବହିଦାର, ବରିଷ୍ଠ ସାମ୍ବାଦିକ ହେମନ୍ତ ମହାପାତ୍ର ପ୍ରମୁଖ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ୧୯୮୪ ମସିହା ଆଜିର ଦିନରେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ସାମ୍ବାଦିକ ନୃସିଂହ ଗୁରୁଙ୍କ ତିରୋଧାନ ଘଟିଥିଲା। ସେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଖଦୀର ପ୍ରଚାର, ଅସ୍ପୃଶ୍ୟତା ନିବାରଣ ସହିତ ସ୍ୱାଧିନତା ଆନ୍ଦୋଳନରେ ସକ୍ରିୟ ଭାବରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ଉପଲକ୍ଷେ ପୂର୍ବରୁ ଆୟୋଜତ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories