www.samajalive.in
Saturday, December 6, 2025
26.1 C
Bhubaneswar

କୋରିଆ ଓପନ୍‍ କ୍ୱାର୍ଟରରେ ସାଇନା

ସିଓଲ୍‍ : ଏଠାରେ ଖେଳାଯାଉଥିବା କୋରିଆ ଓପନ୍‍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍‍ସ ବିଭାଗ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ଖେଳାଳି ସାଇନା ନେହୱାଲ୍‍। ୨୮ ବର୍ଷୀୟା ସାଇନା ପ୍ରିକ୍ୱାର୍ଟରରେ ଦକ୍ଷିଣ କୋରିଆର କିମ୍‍ ଗା ଇଉନ୍‍ଙ୍କୁ ସିଧାସଳଖ ୨୧-୧୮, ୨୧-୧୮ ଗେମ୍‌ରେ ପରାସ୍ତ କରିଥିଲେ। ମାତ୍ର ୩୬ ମିନିଟ୍‍ ଧରି ଚାଲିଥିବା ଏହି ମ୍ୟାଚ୍‍ରେ ବିଜୟୀ ହେବାକୁ ସାଇନାଙ୍କୁ ଅଧିକ କଷ୍ଟ କରିବାକୁ ପଡ଼ିନଥିଲା।
ପ୍ରଥମ ଗେମ୍‍ରେ ସାଇନା ମୂଳରୁ ଭଲ ପ୍ରଦର୍ଶନ କରି ୬-୧ରେ ଅଗ୍ରଣୀ ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ସାଇନା ୧୦-୨ରେ ଅଗ୍ରଣୀ ହୋଇଥିବା ବେଳେ କିମ୍‍ କ୍ରମାଗତ ଭାବେ ୪ ପଏଣ୍ଟ ହାସଲ କରିଥିଲେ। ଏହାପରେ କିମ୍‍ ନିଜ ପ୍ରଦର୍ଶନରେ ଉନ୍ନତି ଆଣି ଗେମ୍‍କୁ ୧୬-୧୬ ପଏଣ୍ଟରେ ପହଞ୍ଚାଇବାକୁ ସକ୍ଷମ ହୋଇଥିଲେ। ତେବେ ସାଇନା ଶେଷ ପର୍ଯ୍ୟାୟରେ ଲଢ଼ୁଆ ପ୍ରଦର୍ଶନ କରିବା ସହ ୨୧-୧୮ ରେ ପ୍ରଥମ ଗେମ୍‍ ଜିତି ନେଇଥିଲେ। ଦ୍ୱିତୀୟ ଗେମ୍‍ର ମୂଳରୁ କିମ୍‍ ଭଲ ପ୍ରଦର୍ଶନ କରି ଅଗ୍ରଣୀ ହାସଲ କରିଥିଲେ। ଅନ୍ୟପକ୍ଷରେ ସାଇନା ଭଲ ପ୍ରଦର୍ଶନ ବଜାୟ ରଖି ଗୋଟିଏ ସମୟରେ ଗେମ୍‍କୁ ୧୩-୧୩ ପଏଣ୍ଟରେ ପହଞ୍ଚାଇବାକୁ ସକ୍ଷମ ହୋଇଥିଲେ। ଏହାପରେ ସାଇନା ଆଉ ପଛକୁ ଫେରି ନ ଚାହିଁ ଗୋଟିଏ ପରେ ଗୋଟିଏ ପଏଣ୍ଟ ହାସଲ କରି ବିଜୟୀ ହୋଇଥିଲେ। ୫ମ ସିଡ୍‍ ସାଇନାଙ୍କ ମୁକାବିଲା କ୍ୱାର୍ଟର ଫାଇନାଲରେ ୩ୟ ସିଡ୍‍ ଜାପାନର ନଜୋମି ଓକୁହାରାଙ୍କ ସହ ହେବ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories