www.samajalive.in
Saturday, December 6, 2025
26.1 C
Bhubaneswar

ରାଫେଲ ବୁଝାମଣା ଆଇନସିଦ୍ଧ: ସୀତାରମଣ

ନୂଆଦିଲ୍ଲୀ : ରାଫେଲ ଯୁଦ୍ଧ ବିମାନ କିଣିବା ନେଇ ଫ୍ରାନ୍ସ ସରକାରଙ୍କ ସହିତ ହୋଇଥିବା ବୁଝାମଣା ଆଇନସିଦ୍ଧ। ଏଥିରେ କୌଣସି ପ୍ରକାର ଅନିୟମିତତା ହୋଇ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର କହିଛନ୍ତି। ରାଫେଲ ବୁଝାମଣା ସମ୍ପର୍କରେ ସୀତାରମଣ ମିଛ କହୁଥିବା ନେଇ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଆସୁଥିବାବେଳେ ସେ ଏପରି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଫ୍ରାନ୍ସ ଠାରୁ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବା ନେଇ ଯେଉଁ ବୁଝାମଣା ହୋଇଛି ତାହା ଆନ୍ତଃ ସରକାର ବୁଝାମଣା। ପ୍ରଚଳିତ ଆଇନ ବ୍ୟବସ୍ଥା ମଧ୍ୟରେ ଏହି ବୁଝାମଣା କରାଯାଇଛି। ବୁଝାମଣାକୁ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ଅନୁମୋଦନ କରିଥିଲା। ତେଣୁ ଏହି ବୁଝାମଣାକୁ ନେଇ କଂଗ୍ରେସ ଯେଉଁ ଅଭିଯୋଗ କରୁଛି ତାହା ଭିତ୍ତିହୀନ।
ଭାରତରେ ରାଫେଲ ଯୁଦ୍ଧବିମାନ ତିଆରି ପାଇଁ ଫ୍ରାନ୍ସର ଡାସଲ୍ଟ ଆଭିଏସନ ଅନିଲ ଅମ୍ବାନୀଙ୍କ ନେତୃତ୍ୱ ରିଲାଏନ୍ସ ଡିଫେନ୍ସକୁ ସହଯୋଗୀ ଭାବେ ବାଛିବା ନେଇ କଂଗ୍ରେସ ଯେଉଁ ଅଭିଯୋଗ କରୁଛି ସେଥିରେ ସରକାରଙ୍କର କୌଣସି ଭୂମିକା ନାହିଁ ବୋଲି ସୀତାରମଣ କହିଛନ୍ତି। ସେ କହିଛନ୍ତି ସରକାରଙ୍କ ଦ୍ୱାରା ହୋଇଥିବା ବୁଝାମଣା ବାବଦରେ ବିରୋଧୀ ଦଳ ଯାହା କିଛି ପ୍ରଶ୍ନ କରିପାରିବେ; ମାତ୍ର ଏକ କମ୍ପାନୀ ଅନ୍ୟ ଏକ କମ୍ପାନୀ ସହିତ ବୁଝାମଣା କରିବାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିବା ଠିକ୍‍ ନୁହେଁ। କାରଣ ଏହା ପଛରେ ସରକାରଙ୍କର କୌଣସି ଭୂମିକା ନଥାଏ। ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (ହାଲ୍‍) ପରିବର୍ତ୍ତେ ରିଲାଏନ୍ସ ଡିଫେନ୍ସକୁ ସହଯୋଗୀ ବାଛିବା ନିଷ୍ପତ୍ତି ଡାସଲ୍ଟ ଆଭିଏସନ ଉପରେ ନିର୍ଭର କରେ। ନିଜର ବ୍ୟବସାୟ ପାଇଁ ଏକ କମ୍ପାନୀ କାହାକୁ ନିଜର ପସନ୍ଦ ମନେ କରିବ ସେଥିରେ ସରକାରଙ୍କର ହସ୍ତକ୍ଷେପ ନାହିଁ। ୟୁପିଏ ସରକାର ଯଦି ହାଲ୍‍କୁ ଡାସଲ୍ଟର ସହଯୋଗୀ ଭାବେ ବାଛିବା ନେଇ ବୁଝାମଣା କରିଥିଲେ ତେବେ ଏହାକୁ କାହିଁକି କାର୍ଯ୍ୟକାରୀ କଲେ ନାହିଁ ବୋଲି ସୀତାରମଣ ପ୍ରଶ୍ନ କରିଛନ୍ତି। ହାଲ୍‍ ଓ ଡାସଲ୍ଟ ମଧ୍ୟରେ ବୁଝାମଣା ୯୫% ଚୂଡାନ୍ତ ହୋଇଥିବାବେଳେ ଏହା କାହିଁକି କାର୍ଯ୍ୟକାରୀ ହେଲା ନାହିଁ ତାର ଜବାବ କଂଗ୍ରେସ ଦେଉ।
ରାଫେଲ ଯୁଦ୍ଧ ବିମାନ ନିର୍ମାଣ ପାଇଁ ରିଲାଏନ୍ସ ଡିଫେନ୍ସକୁ ଡାସଲ୍ଟ ଆଭିଏସନ ସହଯୋଗୀ ଭାବେ ବାଛିବାକୁ ନେଇ ବିବାଦ ଦେଖାଯାଇଛି। କଂଗ୍ରେସ ଅଭିଯୋଗ କରୁଛି ଯେ ଅନିଲ ଅମ୍ବାନୀଙ୍କୁ ଅନୁକମ୍ପା ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପରି ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସର ଏପରି ଅଭିଯୋଗକୁ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନ୍‍ସୁଆ ଓଲାନ୍ଦେ ସମର୍ଥନ ଜଣାଇ କହିଥିଲେ ଯେ ରାଫେଲ ଯୁଦ୍ଧବିମାନ ନିର୍ମାଣ ଲାଗି ଡାସଲ୍ସ ଆଭିଏସନର ଅଂଶୀଦାର ଭାବେ ରିଲାଏନ୍ସ ଡିଫେନ୍ସକୁ ରଖିବା ନିଷ୍ପତ୍ତି ଭାରତ ସରକାରଙ୍କର ଥିଲା। ଏହା ପଛରେ ଫ୍ରାନ୍ସ ସରକାରଙ୍କର କୌଣସି ପ୍ରକାର ପସନ୍ଦ ନଥିଲା। ପରବର୍ତ୍ତୀ ସମୟରେ ଓଲାନ୍ଦେ କହିଥିଲେ ଯେ ରିଲାଏନ୍ସକୁ ଡାସଲ୍ଟର ଅଂଶୀଦାର ବାଛିବା ଲାଗି ଭାରତ ସରକାର ଚାପ ପକାଇଥିଲେ କି ନାହିଁ ତାହା ସେ ଜାଣନ୍ତି ନାହିଁ। ଏହା ଉପରେ ଡାସଲ୍ଟ ଆଭିଏସନ ସତ କହିପାରିବ। ତେବେ ଏହି ବୁଝାମଣା ଉପରେ ବୁଧବାର ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମୁହଁ ଖୋଲିଛନ୍ତି। ମାକ୍ରନ କହିଛନ୍ତି ଯେ ରାଫେଲ ବୁଝାମଣା ଆନ୍ତଃସରକାରୀ ବୁଝାମଣା। ଏହା ପଛରେ କୌଣସି ପ୍ରକାର ଅନିୟମିତତା ନାହିଁ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories