ସାଇ ଇଣ୍ଟରନ୍ୟାସନାଲ୍‍ ସ୍କୁଲର ଗୁରୁ ଦିବସ ଅବସରରେ ଶେଷା କିସାନଙ୍କ ପ୍ରେରଣାଦାୟୀ ବକ୍ତୃତା

0

ଭୁବନେଶ୍ଵର : ଛୋଟ ଆଙ୍ଗୁଳି ଆକାରର ପେନ୍‍ସିଲ୍‍, ଛିଣ୍ଡା କପଡ଼ା, ଖାଲି ପେଟ ଏବଂ ଜିତିବାର ଏକ ଦୃଢ଼ ଜିଜ୍ଞାସାକୁ ନେଇ ୧୧ ବର୍ଷ ବୟସରେ ପ୍ରଥମ ପ୍ରବେଶିକା ପରୀକ୍ଷା ଦେଇଥିବା ଶେଷା କିଷାନ ପରୀକ୍ଷାରେ ଶୀର୍ଷସ୍ଥାନ ଅଧିକାର କରିଥିଲେ। ସେ ଦିନଠାରୁ ସେ ଆଉ ପଛକୁ ଚାହିଁନାହାନ୍ତି। ବିଭିନ୍ନ ବାଧାବିଘ୍ନକୁ ସାମ୍ନାକରି ନିଜର ସ୍ୱର୍ଗୀୟ ପିତାଙ୍କର ସ୍ୱପ୍ନକୁ ଗୋଟିଏ ପରେ ଗୋଟିଏ ସାକାର କରିବାରେ ଲାଗିଛନ୍ତି। ସାଇ ଇଣ୍ଟରନ୍ୟାସନାଲ୍‍ ସ୍କୁଲର ଇନ୍ଦ୍ରପ୍ରସ୍ଥ ଅଡ଼ିଟୋରିୟମ୍‍ରେ ଅନୁଷ୍ଠିତ ଗୁରୁ ଦିବସ ଅବସରରେ ଶେଷା କିଷାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବିଷୟରେ ଏହା କହିଛନ୍ତି।

????????????????????????????????????

ଓଡ଼ିଶାର ଏହି ୨୪ ବର୍ଷୀୟ ଯୁବା ବିଦ୍ୱାନ ସମ୍ବଲପୁରର ବାଳାସିଂହା ପରି ଏକ ନିପଟ ମଫସଲର ଗୋଟିଏ ଛୋଟିଆ ସ୍କୁଲରୁ ପାଠପଢ଼ା ଆରମ୍ଭ କରି ପରେ ନାଇଜର୍‍ ଓ ପରିଶେଷରେ ବିଶ୍ୱସ୍ତରରେ ପ୍ରତିଷ୍ଠିତ ଗୋଟିଂଗେନ୍‍ ବିଶ୍ୱବିଦ୍ୟାଳୟର ରିସର୍ଚ ଆସୋସିଏଟ୍‍ ରୂପେ ଯୋଗଦେଇ ସାବ୍ୟସ୍ତ କରିଦେଇଛନ୍ତି ଯେ, ନିଜର ସଫଳତା ନିଜ ହାତ ମୁଠାରେ ଥାଏ ବୋଲି।
ଗୁରୁ ଦିବସ ଅବସରରେ ସେ ଛାତ୍ରଛାତ୍ରୀମାନଙ୍କୁ ସଫଳତାର ଚାରୋଟି ମନ୍ତ୍ର କହିଥିଲେ। ନିଜର ଲକ୍ଷ୍ୟକୁ ବାଛ ଓ ଏହାକୁ ସୁନିଶ୍ଚିତ କର, ବାହାନା କରନାହିଁ ଓ ନିଜର ଲକ୍ଷ୍ୟ ପାଇଁ ଧ୍ୟାନ କେନ୍ଦ୍ରିତ କର। ସେ ଆହୁରି ମଧ୍ୟ କହିଥିଲେ ଯେ, ସଫଳତା ପାଇବା ପାଇଁ ଦରକାର ପଡ଼ିଲେ ଦୃଷ୍ଟିକୋଣ ବଦଳାଅ କିନ୍ତୁ ଲକ୍ଷ୍ୟ ନୁହେଁ। ସଫଳତାର ରାସ୍ତାରେ ଅନେକ ବାଧାବିଘ୍ନ ଆସିଥାଏ ସେଥିରେ ବିଚଳିତ ନ ହୋଇ ନିଜର ଲକ୍ଷ୍ୟକୁ ହାସଲ କରିବା ପାଇଁ ଆଗେଇ ଚାଲିବା ଦରକାର। ଏହି ଅବସରରେ ସଫଳତାକୁ ନେଇ ଏକ ପ୍ରେରଣାଦାୟକ ଭିଡ଼ିଓ ପ୍ରଦର୍ଶିତ କରାଯାଇଥିଲା।
ପରିଶେଷରେ ସ୍କୁଲର ଚେୟାରମ୍ୟାନ୍‍ ଡଃ ବିଜୟ କୁମାର ସାହୁ କହିଥିଲେ ଯେ, ଶେଷାଙ୍କର ଜୀବନର ସବୁମୋଡ଼ରେ ବାଧାବିଘ୍ନ ଆସିଥିଲା ହେଲେ ଏହା ତାଙ୍କୁ ଭାଙ୍ଗିବା ପରିବର୍ତ୍ତେ ଦୃଢ଼ ଏବଂ ମଜବୁତ୍‍ କରିଥିଲା। ଭାଇସ୍‍ ଚେୟାରପର୍ସନ୍‍ ଡଃ ଶିଳ୍ପୀ ସାହୁ ଓଡ଼ିଶାର ଏହି ଯୁବା ବିଦ୍ୟାନଙ୍କ ଦୃଢ଼ ଇଚ୍ଛାଶକ୍ତିକୁ ଉଚ୍ଚପ୍ରଶଂସା କରିଥିଲେ। ପ୍ରିନ୍ସପାଲ୍‍ ଶ୍ରୀ ହରିଶ୍‍ ସନ୍ଦୁଜା କହିଥିଲେ ଯେ, ସେ ଓଡ଼ିଶାର ଗୌରବ ଅଟନ୍ତି ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ସେ ଜଣେ ବଳିଷ୍ଠ ଉଦାହରଣ ସଦୃଶ।

Leave A Reply