www.samajalive.in
Monday, December 15, 2025
15.1 C
Bhubaneswar

ସାହାରପଡା ବ୍ଲକରେ ୩ ରୂପାନ୍ତରିତ ବିଦ୍ୟାଳୟକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ପାଟଣା : ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଗୁଣାତ୍ମକ ତଥା ବିଦ୍ୟାଳୟ ଗୁଡ଼ିକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ହେଉଛି ଆମୂଳଚୂଳ ପରିବର୍ତ୍ତନ। ୫-ଟି ଉଚ୍ଚ ବିଦ୍ୟାଳୟ ରିପାନ୍ତରୀକରଣ ଯୋଜନାରେ ବଦଳୁଛି ବିଦ୍ୟାଳୟର ଚେହେରା।  ଘରୋଇ ବିଦ୍ୟାଳୟ ଭଳି ସରକାରୀ ବିଦ୍ୟାଳୟରେ ପିଲାଙ୍କୁ ଉନ୍ନତ ମାନର ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଶିକ୍ଷା ଦେବା ଲାଗି ପ୍ରସ୍ତୁତ ହେଉଛି ସୁଦୃଢ଼ ଭିତ୍ତିଭୂମି। ଏହି ଅବସରରେ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକର ୫-ଟି ଅଧୀନରେ ତୃତୀୟ ପର୍ଯ୍ୟାୟରେ ରୂପାନ୍ତରିତ ହୋଇଥିବା ଉଚ୍ଚ ବିଦ୍ୟାଳୟ ଗୁଡ଼ିକ ମଙ୍ଗଳବାର ସନ୍ଧ୍ୟାରେ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପଣ କରାଯାଇଛି। ତଣ୍ଡୋ ଗ୍ରାମର ବୁଢ଼ୀପାଟ ମଣ୍ଡବୀର ଉଚ୍ଚ ବିଦ୍ୟାଳୟ, କୁଣ୍ଡଳା ସ୍ଥିତ ମିରିଗିଖୋଜି କୁଣ୍ଡଳା ଉଚ୍ଚ ବିଦ୍ୟାଳୟ, ଦମାହୁଦା ପଲ୍ଲୀଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ୫-ଟି ରେ ସାମିଲ ହୋଇଥିବା ବେଳେ ଅତିଥି ଭାବେ ଗୋଷ୍ଠି ଉନ୍ନୟନ ଅଧିକାରୀ ବିଜୟ କୁମାର ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ କୁମାର ପଲାଇ, କନିଷ୍ଠ ଯନ୍ତ୍ରୀ ମଧୁସୂଦନ ପାତ୍ର, ବ୍ଲକ ଅଧ୍ୟକ୍ଷା ରୀନା ନାଏକ, ବ୍ଲକ ଉପାଧ୍ୟକ୍ଷା ଛବିରାଣୀ ସେଠୀ, ୩୦ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଚମ୍ପାବତୀ ଟୁଡୁ, ସରପଞ୍ଚ ବାସନ୍ତୀ ଟୁଡୁ, ସମିତି ସଭ୍ୟ ପରେଶ ଚନ୍ଦ୍ର ସେଠୀ, ବ୍ଲକ୍ ଶିକ୍ଷାଧିକାରୀ ଉତ୍ତମ କୁମାର ନାୟକ, ଏଵିଇଓ ହେମ ମାଝୀ, ଭାରତୀ ରାମ ଓ ଦୟାନିଧି ପାତ୍ର, କନିଷ୍ଠ ଯନ୍ତ୍ରୀ ନାରାୟଣ ବେହେରା, ଦାମାହୁଦା ପ୍ରଧାନ ଶିକ୍ଷକ ଭଦୃନାଥ ମହାନ୍ତ, ସିଆରସିସି ରାମଚନ୍ଦ୍ର ମହାନ୍ତ ପ୍ରମୁଖ ଯୋଗ ଦେଇଥିବା ବେଳେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ବୁଦ୍ଧିଜୀବୀ ଏବଂ ଅଭିଭାବକ ପ୍ରତ୍ୟେକ ବିଦ୍ୟାଳୟରେ ଯୋଗ ଦେଇଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories